ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ ଖୁଲାସା। ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ଓ ଭୁବନେଶ୍ୱର ରାଜା କମ୍ୟୁନିକେସନର ମୁଖ୍ୟ ଗିରଫ ହୋଇଛନ୍ତି। ଏନେଇ ଚାନ୍ଦବାଲି ପୁଲିସ ସୂଚନା ଦେଇଛି।
ମାନସର ହତ୍ୟା ଯୋଜନା ଓ ତାର ଶବକୁ ନଷ୍ଟ କରିବାରେ ନିରଞ୍ଜନର ସମ୍ପୃକ୍ତି ରହିଥିବା ପୁଲିସ ପ୍ରେସମିଟ ଯୋଗେ ସୂଚନା ଦେଇଛି। ଅନ୍ୟପଟେ ଶର୍ମିଷ୍ଠା, ଝୁନାଙ୍କୁ ପୁଲିସ ଏବେ ବି ଖୋଜୁଛି। ଏକ ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଉକ୍ତ ଚିପ୍ରେ କ’ଣ ଅଛି ତାହା ଜଣାପାଡିନାହିଁ।
ପୂର୍ବରୁ ପୁଲିସ ଟିମକୁ ମୃତ ମାନସ ସ୍ୱାଇଁଙ୍କ ମୋବାଇନ ଫୋନ୍ ମିଳିସାରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ମାନସଙ୍କ ମୋବାଇଲ ମିଳିଥିବା ନେଇ ପୁଲିସ ସୂଚନା ଦେଇଛି।