ଅବସର ଗ୍ରହଣ କଲେ ସିଡିଏମ୍‌ଓ ଡ.ଶ୍ୱେତ ମହାପାତ୍ର

ନୟାଗଡ,ଏନ୍‌ଏନ୍‌ଏସ୍: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଲୋକପ୍ରିୟ ଭାବେ ଚକ୍ଷୁ ବିଭାଗ ଡାକ୍ତର ରହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦ ଅଳଙ୍କୃତ କରିଥିବା ଡ. ଶ୍ୱେତ ମହାପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି। ନୟାଗଡ଼ରେ ଦୀର୍ଘ ବର୍ଷର ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଜଣେ ଅମାୟିକ ବ୍ୟକ୍ତିତ୍ୱ ତଥା ପରୋପକାରୀ ମଣିଷ ଭାବେ ସେ ରୋଗୀ ଏବଂ ରୋଗୀ ସଂମ୍ପର୍କୀୟଙ୍କ ଦ୍ୱାର ପ୍ରଶଂସନୀୟ ହୋଇପାରିଥିବା ବେଳେ ଆଜି ତାଙ୍କ ଅବସରରେ ଅନେକ ବ୍ୟକ୍ତି ନୟାଗଡ଼ ପ୍ରତି ତାଙ୍କ ଅବଦାନକୁ ସ୍ମରଣୀୟ ରହିବ ବୋଲି କହିଛନ୍ତି।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ନୟାଗଡ଼ ଡାକ୍ତରଖାନାରେ କାର୍ଯ୍ୟରତ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିଛନ୍ତି।