ବଢ଼ିଲା ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା

ଭୁବନେଶ୍ୱର,ଏନ୍ଏନ୍ଏସ୍:ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ବୃଦ୍ଧି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ୬୮ରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି।

ନିୟମିତ ନିଯୁକ୍ତି ସରିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି। ରାଜ୍ୟରେ ଡାକ୍ତର ଅଭାବକୁ ପୂରଣ କରିବା ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି। ନୂଆ ଡାକ୍ତର ନିଯୁକ୍ତି ସହ ଡାକ୍ତରଙ୍କ ଅବସରସୀମାକୁ ବୃଦ୍ଧି କରାଯାଇଛି।