ଆଇପିଏଲର ବାକି ମ୍ୟାଚ ହେବା ସମ୍ଭବ ନୁହେଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,ଏଜେନ୍ସି: କରୋନା କଟକଣା ଓ ବିଭିନ୍ନ ସୁରକ୍ଷା ସତ୍ତ୍ୱେ ଆଇପିଏଲରେ ଅଂଶ ଗ୍ରହଣ କରିଥିବା ଖେଳାଳିମାନେ କରୋନା ସଂକ୍ରମିତ ହେବା ପରେ ସିଜନ-୧୪ର ୨୯ଟି ମ୍ୟାଚ୍ ସ୍ଥଗିତ ରହିଛି। ସ୍ଥଗିତ ରହିଥିବା ମ୍ୟାଚ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୧୪ ଦିନର କ୍ୱାରେଣ୍ଟାଇନ୍ ଖେଳାଳିଙ୍କ ପାଇଁ କଷ୍ଟ ସାଧ୍ୟ ହେବ। ଏଭଳି ଅବସ୍ଥାରେ ଆଇପିଏଲର ବାକି ମ୍ୟାଚ୍ ହେବା ସମ୍ଭବ ନୁହେଁ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି। ତେବେ କେବେ ବାକି ମ୍ୟାଚ୍ ହେବ, ତାହା କହିହେବନାହିଁ ବୋଲି ଜଣାଇଛନ୍ତି।

ଯଦି କୌଣସି ଖେଳାଳିଙ୍କୁ କରୋନା ହୋଇନଥାନ୍ତା ତେବେ ଆମେ ମ୍ୟାଚ୍ ଜାରି ରଖିଥାନ୍ତୁ ଓ ଶେଷ ବି କରିଥାନ୍ତୁ ବୋଲି କହିଛନ୍ତି। ଖେଳାଳିମାନେ ବାୟୋ ବବଲରେ ଥିଲେ ଓ ଷ୍ଟାଡିୟମରେ ଦର୍ଶକ ବି ନଥିଲେ। ମାତ୍ର ଖେଳାଳି ସଂକ୍ରମିତ ହେବାରୁ ବାଧ୍ୟ ହୋଇ ଆମକୁ ମ୍ୟାଚ୍ ବନ୍ଦ କରିବାକୁ ପଡିଛି।