୧୨ ଫୁଟର ଅହିରାଜ ସାପ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ତାଟିଗୁଡା ଗ୍ରାମର ଜଣଙ୍କ ଘରୁ ଆଜି ୧୨ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ତାଟିଗୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ପୋଖରୀରେ ସାପ ପଶି ଯାଇଥିଲା। ଏହା ଦେଖି ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପଲାଇନ ଟିମ ଘଟଣାସ୍ଥଳରେ ପହଞ୍ଚି ଅହିରାଜଟିକୁ ଉଦ୍ଧାର କରିଥିଲେ। ସାପଟି ୧୨ ଫୁଟ ଲମ୍ବ ଥିବାବେଳେ ଏହାର ଓଜନ ହାରାହାରି ୨୦ କେଜି ହେବ ବୋଲି ଜଣାପଡ଼ିଛି।

ସ୍ନେକ ହେଲ୍ପଲାଇନ ସଦସ୍ୟ ଏକ ଘରେ ବହୁ ପରିଶ୍ରମ ପରେ ଅତି କୌଶଳକ୍ରମେ ସାପକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ସ୍ତର ପ୍ରାୟ ୪୦ ଡିଗ୍ରୀରୁ ଅଧିକ ରହିଛି। ଗରମ କାରଣରୁ କିମ୍ବା ଖାଦ୍ୟ ଅନୁସନ୍ଧାନରେ ସାପ ଜଙ୍ଗଲରେ ନ ରହି ଜନବସତି ମୁହାଁ ହେଉଥିବା ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବୀଦାସ ମୀରାସେ ପ୍ରକାଶ କରିଛନ୍ତି। ଉଦ୍ଧାର ହୋଇଥିବା ସାପଟିକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ମୀରାସେ କହିଛନ୍ତି। ସାପକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି।