ଗାଁ ଦାଣ୍ଡରେ ଶୁଭିଲାନି ଛାତ୍ରଛାତ୍ରୀଙ୍କ ସ୍ଲୋଗାନ

ପାଟଣା:କେନ୍ଦୁଝର ଜିଲା ପାଟଣା ବ୍ଲକ ପକ୍ଷରୁ କୋଭିଡ ଗାଇଡ଼ ଲାଇନରେ ମଙ୍ଗଳବାର ୭୨ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି।ମୁଖ୍ୟାଳୟ ଷ୍ଟାଡିୟମ ରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।କାର୍ଯ୍ୟକ୍ରମରେ ,ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ,ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବି,ଇ ଓ ପୂର୍ଣ୍ଣ ଚନ୍ଦ୍ର ଅମାତ,ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ,ସାମାଜିକ କର୍ମୀ ପୂର୍ବତନ ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ,ଅଜୟ କୁମାର ଦାଶ,ଶିକ୍ଷକ ନେତା କମଳା କାନ୍ତ ପତି,ଶିକ୍ଷକ ପାର୍ଥ ସାରଥୀ ବେଜ, ପ୍ରମୋଦ କୁମାର ଭଞ୍ଜ,ସି ,ଆର ,ସି ,ସି ସନ୍ତୋଷ କୁମାର ନାଏକ,ଶ୍ରୀକାନ୍ତ ବିଶ୍ୱାଳ ଓ ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।ସେହିଭଳି ପାଟଣା ତହସିଲରେ ତହସିଲଦାର ଶିବପ୍ରଶାଦ ମୁର୍ମୁ, ପାଟଣା ବ୍ଲକ କାର୍ଯ୍ୟାଳୟ ରେ ବିଧାୟକ ଜଗନ୍ନାଥ ନାଏକ,ପାଟଣା ଥାନାରେ ଥାନାଧିକାରୀ ସୋମନାଥ ଜେନା, ତୁରୁମୁଙ୍ଗା ଥାନାରେ ଥାନାଧିକାରୀ ସୁଶାନ୍ତ ମଣୀମହାନ୍ତି,ପାଟଣା ଅଗ୍ନିଶମ କାର୍ଯ୍ୟାଳୟ ରେ ମନୋରଞ୍ଜନ ମହାନ୍ତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡା. ଚିତ୍ତରଞ୍ଜନ ନାଏକ ଓ ମୁକ୍ତିତୀର୍ଥ କ୍ଲବ ସ୍ବାମ୍ ରେ ଭାଗିରଥି ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ତୁରୁମୁଙ୍ଗା

ସେହିପରି ତୁରୁମୁଙ୍ଗା ବଜାର କମିଟି ପକ୍ଷରୁ ହାଇସ୍କୁଲ ପଡିଆ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ବଜାର କମିଟି କ୍ଷେତ୍ରମୋହନ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ବଜାର କମିଟି ର ସଦସ୍ୟ ଆର୍ତ୍ତତ୍ରାଣ ମିଶ୍ର ସୁବଳ ସାହୁ ସନ୍ତୋଷ ବାରିକ,ତପନ କୁମାର ବିନୁଆ ଝାଲିଆ,ବରୁଣ ସାହୁ ପ୍ରୋମଦ ସାହୁ ପ୍ରମୁଖ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ମହାଡ଼ମ୍ବର ପାଳିତ କରାଯାଇଥିଲା।