ନୂଆଦିଲ୍ଲୀ,ଏନ୍ଏନ୍ଏସ୍: : ଆଜି ଦେଶ ପାଳନ କରୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇଛି। ବ୍ରାଜିଲ୍ ରାଷ୍ଟ୍ରପତି ଜୟେର୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।
ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ୨୦ହଜାରରୁ ଅଧିକ ପୋଲିସ ଏବଂ ଟ୍ରାଫିକ କର୍ମଚାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି। ସିସିଟିଭି କ୍ୟାମେରା ମାନ ରାଜପଥର ବିଭିନ୍ନ ସ୍ଥାନରେ ଲଗାଯାଇଛି।