ବିଜେଡ଼ି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି। ଆଜି ସକାଳ ୮ଟା ୧୫ ମିନିଟରେ ଏହି ପତାକା ଉତ୍ତୋଳନ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱର ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଛନ୍ତି। ଏଥିରେ ବିଜେଡିର ସଞ୍ଜୟ ଦାସ ବର୍ମା, ଦୁର୍ଗା ସାମନ୍ତରାୟ, ସୁଲତା ଦେଓ, ଜ୍ୟୋତ୍ସ୍ନା ମିଶ୍ର, ଆମେଶ ଜେନା, ବିଜୟ ନାୟକଙ୍କ ସମେତ ଅନ୍ୟ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ।