ମରାମତି ହେଲା ପୁରୀ ବାଇପାସ୍ ଓଭରବ୍ରିଜ୍

ଭୁବନେଶ୍ୱର,୨୫ା୮/ଏନ୍ଏନ୍ଏସ୍: ରବିବାର ମଧ୍ୟାହ୍ନରେ ହାଇକୋର୍ଟ ଛକରେ ଥିବା ପୁରୀ ବାଇପାସ୍ ଫ୍ଲାଏଓଭର ଦବି ଯାଇଥିବାବେଳେ ସୋମବାର ଦିନ ଏହାର ମରାମତି କରାଯାଇଛି । ଉକ୍ତ ରାସ୍ତାରେ ଗାଡ଼ିୁଗୁଡ଼ିକ ଯିବାକୁ ଭୟ କରୁଥିବାବେଳେ ଯାତାୟାତ ଠପ୍ ହୋଇଛି । ଫଳରେ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ିଗୁଡ଼ିକ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ପୁଲିସ ଓ ଏକ ଓଡ୍ରାଫ୍ ଟିମ୍ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରିତ କରିଥିଲେ । ଘଟଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ, ଟ୍ରାଫିକ୍ ଏସ୍ପି କିଶୋର ପାଣିଗ୍ରାହୀ, ମଞ୍ଚେଶ୍ୱର ଆଇଆଇସି ଯତୀନ୍ଦ୍ରନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ସୂଚନା ଅନୁଯାୟୀ ୨୦୧୮ମସିହା ଅଗଷ୍ଟ ୧୩ରେ ଏହି ଫ୍ଲାଏଓଭରର ଶୁଭ ଉଦ୍ଘାଟନ ହୋଇଥିବାବେଳେ ଠିକ୍ ଏକ ବର୍ଷ ପରେ ଏହା ଦିବଯାଇଥିବାରୁ ସାଧାରଣରେ ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠୁଛି ।
ତେବେ ସୋମବାର ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରି ଏହାର ମରାମତି କରିଛନ୍ତି ।