ରେମଡେସିଭିର ଇଞ୍ଜେକ୍ସନର ଦର ହ୍ରାସ କଲେ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ ସଂକ୍ରମଣ ବଢ଼ିଚାଲିଥିବା ବେଳେ ସରକାର ଏକ ଖୁସିଖବର ଦେଇଛନ୍ତି। କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ରେମଡେସିଭିର ଇଞ୍ଜେକ୍ସନର ଉତ୍ପାଦନ ବଢ଼ାଇବା ସହ ଦେଶରେ ଏହାର ଉପଲବ୍ଧିକୁ ମଧ୍ୟ ବଢ଼ାଇବାକୁ ରାସାୟନିକ ମନ୍ତ୍ରୀ ଡିବି ସଦାନନ୍ଦ ଗୌଡା ଘୋଷଣା କରିଛନ୍ତି। ଏଥିସହିତ ଏହାର ଦରରେ ମଧ୍ୟ ହ୍ରାସ କରାଯାଇଛି। ପୂର୍ବରୁ ଏହି ଇଞ୍ଜେକ୍ସନର ଦର ୫୪ ଶହ ଟଙ୍କା ଥିବା ବେଳେ ଏହାକୁ ହ୍ରାସ କରାଯାଇ ୩୫ ଶହ ଟଙ୍କା କରାଯାଇଛି।