ଦୁଇ ମାସ ବନ୍ଦ ରହିବ ଧର୍ମାନୁଷ୍ଠାନ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ , ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି , ଜିଲ୍ଲା ପରିଷଦ ସଭାପତି ତୁଳସି କିର୍ଷାନି, ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , ଜୟପୁର ଉପ-ଜିଲ୍ଲାପାଳ ହେମକାନ୍ତ ସାଏ , କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁର , ପିଡବ୍ଲୁଡି ଡିଭିଜନ କୋରାପୁଟର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା , ପିଡବ୍ଲୁଡି ଡିଭିଜନ ଜୟପୁର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜୟପୁର ବିଧାୟକଙ୍କ ପ୍ରତିନିଧି ଭଗବାନ ବାହିନିପତି ଓ ଜିଲ୍ଲାର ସମସ୍ତ ତହସିଲଦାର ଉପସ୍ଥିତ ଥିଲେ। ଧାର୍ମିକ ଅନୁଷ୍ଠାନ ପାର୍ବଣ ମାସରେ ଖୋଲାଗଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପାର୍ବଣ ମାସରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ମତ ପ୍ରକାଶ ପାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।