ମଶା କାମୁଡିବା ଯନ୍ତ୍ରଣାରୁ ମୁକ୍ତି

ଦିନ ହେଉ ବା ରାତିରେ ମଶା କାମୁଡିବା ଦ୍ୱାରା ନିଦ୍ରା ଭଙ୍ଗ ହୋଇଯାଏ। ନିଦରେ ମଶା କାମୁଡିଲେ ନିଦ ମଧ୍ୟ ଖରାପ ହୋଇଯାଏ। ନିଦ ଖରାପ ହେବା ଓ ବ୍ୟସ୍ତ ଲାଗିବା ପଛର କାରଣ ମଶା କାମୁଡିବା ଦ୍ୱାରା ସ୍କିନରେ ହେଉଥିବା ଜ୍ୱଳନ ଓ କୁଣ୍ଡେଇ ହେବା କାରଣରୁ ଦାଗ ମଧ୍ୟ ପଡିଯାଏ ଓ କେବେ କେବେ ସଂକ୍ରମଣ ମଧ୍ୟ ହୋଇଯାଏ। ଆସନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ ଜାଣିବା :

ଏଲୋଭେରା- ଏଲୋଭେରା ସ୍କିନ୍ ପାଇଁ ଏକ ଭଲ ପ୍ଲାଣ୍ଟ ବୋଲି ସମସ୍ତେ ଜାଣିଛନ୍ତି। ଏହାର ପତ୍ରରେ ଥିବା ଜେଲ୍ ସ୍କିନରେ ଅନେକ ରୋଗ ଦୂର କରିଥାଏ। ଆଣ୍ଟିଇନ୍ଫେକ୍ସନ୍ ଗୁଣରେ ଭରପୂର ଏଲୋଭେରା ନା କେବଳ ମଶା କାମୁଡିବାରୁ ତୁରନ୍ତ ରକ୍ଷା କରେ ତା ନୁହେଁ ସ୍କିନ୍ରେ ଜ୍ୱଳନ କମ୍ ମଧ୍ୟ କରିଥାଏ।

ମହୁ-ଏହା ନିଜର ଆଣ୍ଟିଇନଫ୍ଲେମେଣ୍ଟାରୀ ଗୁଣ ଯୋଗୁଁ ମଶା କାମୁଡିବାରୁ ହେଉଥିବା ଜ୍ୱଳନକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ସଂକ୍ରମଣରୁ ରକ୍ଷା କରିବା ପାଇଁ କ୍ଷମତା ରହିଛି। ତେଣୁ ଆଙ୍ଗୁଳିରେ ଅଳ୍ପ ମହୁ ନେଇ ଜ୍ୱଳନ ହେଉଥିବା ସ୍ଥାନରେ ଲଗାନ୍ତୁ।

ଆପଲ୍ ସାଇଡ୍ର ଭିନେଗାର୍- ସେଓର ସିରକା ବା ଆପଲ୍ ସାଇଡର ଭିନେଗାରରେ ଆଣ୍ଟି ଇନ୍ଫେକ୍ସନ୍ ଓ କୁଲିଙ୍ଗ୍ ନେଚର ରହିଛି। ଏଥିରେ ଓଜନ କମ୍ କରିବାରୁ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିବା ଓ ବ୍ଲଡ୍ ସୁଗରର ସ୍ତରକୁ ହ୍ରାସ କରିବା ପରି ଗୁଣକାରୀ ତତ୍ତ୍ୱ ଥାଏ। ଯଦି ଆପଣଙ୍କୁ ମଶା କାମୁଡେ ତେବେ ଏକ ଚାମଚ ସେଓର ସିରକା ଓ ଏକ ଚାମଚ ଥଣ୍ଡା ପାଣି ମିଶାଇ ସେହି ମିଶ୍ରଣକୁ କପଡାର ସହାୟତାରେ ଲଗାନ୍ତୁ। ଏପରି କଲେ ଜ୍ୱଳନ ଓ କୁଣ୍ଡେଇହେବାରୁ ରକ୍ଷା ପାଇପାରିବେ।