ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ ହୋଇଯାଇଛି। ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ଏହି ସୂଚନା ଦେଇଛି। ଟ୍ରାଇ ପକ୍ଷରୁ ୨୦୧୯ ପାଇଁ ଜାରି ହୋଇଥିବା ସୂଚିରେ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତୀ ଏୟାରଟେଲ ଦ୍ବିତୀୟ ଏବଂ ଭୋଡାଫୋନ-ଆଇଡିଆ ତୃତୀୟ ସ୍ଥାନରେ ରହିଛନ୍ତି।