‘କ୍ଲାସ୍ ଅଫ୍ ’୮୩’ର ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ,ଏଜେନ୍ସି: ବବି ଦେଓଲଙ୍କ ଫିଲ୍ମ ‘କ୍ଲାସ୍ ଅଫ୍ ’୮୩’ର ଟ୍ରେଲର ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ବବି ଦେଓଲ ଖାକି ବର୍ଦ୍ଦିରେ ଜଣେ ଦାମ୍ଭିକ ପୁଲିସ ଅଫିସର ରୂପରେ ନଜର ଆସୁଛନ୍ତି। ଆକ୍ସନ ଏବଂ ଥ୍ରୀଲରରେ ଭରପୂର ‘କ୍ଲାସ୍ ଅଫ୍ ’୮୩’ର ଟ୍ରେଲରରେ ଦେଖିବାକିୁ ମିଳିଛି ମୁମ୍ବାଇ ପୁଲିସର ସାହସିକତା। ରିଲିଜ୍ ହେବାର ଅଳ୍ପ ସମୟ ମଧ୍ୟରେ ଏହାକୁ ଏକ ଲକ୍ଷରୁ ଅଧିକ ଥର ଦେଖିସାରିଲେଣି ପ୍ରଶଂସକ।  ନେଟଫ୍ଲିକ୍ସରେ ରିଲିଜ୍ ହେବାକୁ ଥିବା ଏ ଫିଲ୍ମ ଏକ ସତ୍ୟ ଘଟଣା ଉପରେ ଆଧାରିତ। ରେଡ୍ ଚିଲ୍ଲି ଏଣ୍ଟରନେଟନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି ‘କ୍ଲାସ୍ ଅଫ୍ ’୮୩’। ଗୌରୀ ଖାନ୍ ଓ ଗୌରବ ବର୍ମା ଏ ଫିଲ୍ମର ପ୍ରଯୋଜକ। ଅଗଷ୍ଟ ୨୧ରେ ଏହା ମୁକ୍ତିଲାଭ କରିବ।