ମାସକ ପାଇଁ କୋହଳ ହେଲା ପ୍ରଦୂଷଣ ପ୍ରମାଣପତ୍ର ନିୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋଟର ଭେହିକିଲ ଆକ୍ଟ ଅନୁଯାୟୀ ଯାନବାହନଗୁଡ଼ିକ ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରଦୂଷଣ ପ୍ରମାଣପତ୍ର ମାସକ ପାଇଁ କୋହଳ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ଶାସନ ସଚିବ ଜି ଶ୍ରୀନିବାସ।
ସେ କହିଛନ୍ତି ଯେ ପରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ସରକାରଙ୍କ ପକ୍ଷରୁ ଏହି ନିୟମକୁ କୋହଳ କରାଯାଇଛି। ମାସକପରେ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯିବ ସେ ସମ୍ପର୍କରେ ଜନସାଧାରରଣଙ୍କୁ ଅବଗତ କରାଯିବ।

ଅପରପକ୍ଷେ ଅନଲାଇନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ସମ୍ପର୍କରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଆଉ ଅଧିକ ୧୭ଟି ଜାଗାରେ ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ସେହିଭଳି ଏକାଧିକ ନିୟମ ପାଇଁ ଲାଗୁ କରାଯାଇଥିବା ଜୋରିମାନା ବ୍ୟବସ୍ଥାକୁ କୋହଳ କରାଯାଇ କେବଳ ଗୋଟିଏ ନିୟମ ଉଲ୍ଲଘଂନ କରିଥିବା ଗାଡ଼ି ଚାଳକଙ୍କ ଠାରୁ ଜୋରିମାନା ବାବଦରେ ଅର୍ଥ ଆଦାୟ କରାଯିବ। ଅପରପକ୍ଷେ ତ୍ରୁଟିପୂର୍ଣ୍ଣ ଭାବେ କୌଣସି ଗାଡ଼ିଚାଳକଙ୍କ ଠାରୁ ଯଦି କୌଣସି ଅଧିକାରୀ ଜୋରିମାନା ଅର୍ଥ ଆଦାୟ କରିଥାନ୍ତି ତା ହେଲେ ଉକ୍ତ ଅଧିକାରୀଙ୍କ ଠାରୁ ୨ଗୁଣ ଜୋରିମାନା ଆଦାୟ କରାଯିବ।