ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ହୋଇଥିବା ଲାଲକିଲ୍ଲା ହିଂସାକାଣ୍ଡ ମାମଲାରେ ଦିଲ୍ଲୀ ପୁଲିସ ୪୫ ଜଣଙ୍କ ଫଟୋ ଜାରି କରିଛି। ଏହି ୪୫ ଜଣଙ୍କ ହିଂସାକାଣ୍ଡ କରୁଥିବା ସମୟର ଭିଡିଓ ଓ ସିସିଟିଭିରେ କଏଦ ହୋଇଛି। କିନ୍ତୁ ପୁଲିସ ଉକ୍ତ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦୀପ ସିଦ୍ଧୁକୁ ଧରିବାରେ ବିଫଳ ହୋଇଛି।
ପୁଲିସ ଭିଡିଓକୁ ଯାଞ୍ଚ କରିବା ପରେ ବିଶେଷଜ୍ଞଙ୍କ ସାହାଯ୍ୟରେ ଫଟୋ କାଢ଼ି ଜାରି କରିଛି। ଏହାପୂର୍ବରୁ କ୍ରାଇମବ୍ରାଞ୍ଚ ୧୨ ଜଣଙ୍କ ଫଟୋ ଜାରି କରିଥିଲା। ଏହି ମାମଲାକୁ ନେଇ ଦିଲ୍ଲୀ ପୁଲିସ ଏବେସୁଦ୍ଧା ୪୪ଟି ଏଫଆଇଆର ଦାୟର କରିସାରିଛି। ଏଥିସହିତ ୧୫୦ ଜଣଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି। ମାମଲାର ଯାଞ୍ଚ ଏସଆଇଟିକୁ ଯିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସର ଏସଆଇଟି ଟିମ୍ ପାଖାପାଖି ୫ ହଜାର ଭିଡିଓର ଯାଞ୍ଚ କରୁଛି। ଏସବୁର ଯାଞ୍ଚ ପରେ ହିଁ ପୁଲିସ ଫଟୋ ଜାରି କରିଛି