ସ୍ୱାସ୍ଥ୍ୟ ପାଇଁ ହିତକର ନାଲି ଲଙ୍କା !

ଅଧିକାଂଶ ଲୋକ ରାଗ ଖାଇବାକୁ ପସନ୍ଦ କରନ୍ତିନି। ସେଥିପାଇଁ ଡାଏଟରେ ଲଙ୍କା ବ୍ୟବହାର କରନ୍ତିନି। ବିଶେଷକରି ଲୋକେ ନାଲି ଲଙ୍କା ଠାରୁ ଦୁରେଇ ରହନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ,  ଯେଉଁମାନେ ନାଲି ଲଙ୍କା ସେବନ କରନ୍ତି ସେମାନଙ୍କୁ ରୋଗ ହେବାର ସମ୍ଭାବନା ଏକ ଚତୁର୍ଥାଂଶ କମିଯାଇଥାଏ।
ବୈଜ୍ଞାନିକମାନେ ନାଲି ଲଙ୍କାରେ ଥିବା ରାଗ ଅଂଶକୁ ଶରୀର ପାଇଁ ଲାଭଦାୟକ ବୋଲି କହିଛନ୍ତି।  ନାଲି ଲଙ୍କା ଶର୍କରା ସ୍ଥର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଟ୍ୟୁମର ସହ ସୁଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ନାଲି ଲଙ୍କାରେ ଭିଟାମିନ-ସି ରହିଛି ଯାହା ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ନାଲି ଲଙ୍କାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଯାହା ସିରାପ୍ରଶିରାରେ ବ୍ଲଡ଼ ବ୍ଳକେଜକୁ ଦୂର କରିଥାଏ। କିନ୍ତୁ ନାଲି ଲଙ୍କା ଗୁଣ୍ଡ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।
ବିଶ୍ୱ ସ୍ଥରରେ ପାଖାପାଖି ୫୭ ହଜାର ଲୋକଙ୍କ ସ୍ୱାସ୍ଥ୍ୟ ଓ ଆହାର ରେକର୍ଡ ଆଧାରରେ ଅଧ୍ୟୟନ କରାଯାଇଥିଲା। କିନ୍ତୁ ସ୍ଵେଚ୍ଛା ସୂଚନା ଆଧାରରେ ଅନ୍ୟ ଅଧ୍ୟୟନ ଭଳି ଏହାର ଅନ୍ଵେଚ୍ଛୁକ ପରିଣାମ ମିଳିଥିଲା। କାରଣ ଅଧିକ ବ୍ୟକ୍ତିଗତ ଅଧ୍ୟୟନ କରୁଥିବା ବୈଜ୍ଞାନିକଙ୍କୁ ଏହା ଜାଣିବା ଆବଶ୍ୟକ ଯେ କେଉଁ କିସମର ଲଙ୍କା ସୁରକ୍ଷା ପ୍ରଦାନ କରିଥାଏ ଏବଂ କେତେ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ବୈଜ୍ଞାନିକ କହିଛନ୍ତି ଯେ, ଖାଇବାରେ ତାଜା ଓ ଶୁଖିଲା ଲଙ୍କା କିମ୍ବା ଗୋଲମରିଚ ବ୍ୟବହାର କଲେ ଖାଇବାର ସ୍ୱାଦ ଦୁଇଗୁଣ ବଢ଼ିଯାଇଥାଏ। ତାଛଡା ଏହା ଖାଇବାରେ ଲୁଣର ମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ଲୁଣ ସେବନ ଉଚ୍ଚ ରକ୍ତଚାପ ଓ ହୃଦୟରୋଗର କାରଣ ହୋଇଥାଏ। କିନ୍ତୁ ବୈଜ୍ଞାନିକ ମିଶ୍ରିତ ମସଲା ଓ ବଜାରରେ ମିଳୁଥିବା ଚିଲି ସସ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ବୈଜ୍ଞାନିକ କହିଛନ୍ତି ଯେ ଏଥିରେ ଅଧିକ ମାତ୍ରାରେ ସୋଡିୟମ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।