ରିଆମାଳରେ ବିଜେଡିର ଘର ଚିହ୍ନା ଅଭିଯାନ

ରିଆମାଳ, ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆଜି ରିଆମାଳ ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଆଜି ଘର ଚିହ୍ନା କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡି ସଭାପତି ରୋମଞ୍ଚରଞ୍ଜନ ବିଶ୍ୱାଳ ସଭାପତିତ୍ତ୍ୱ କରି ଘର ଚିହ୍ନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ରାଜ୍ୟ ସରକାର ଦ୍ୱାରା ହାତକୁ ନେଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏହାସହ ଦେବଗଡ ବିଧାୟକଙ୍କ ଧାନମଣ୍ଡିକୁ ନେଇ ଆତ୍ମହତ୍ୟା ଉଦ୍ୟମକୁ ସମାଲୋଚନା କରିଥିଲେ। ସେହିପରି ଜିଲ୍ଲା ପରିଷଦ ସଭ୍ୟା ନିଶାନୀ ବେହେରା, ନଗର ସଭାପତି ଶୁକଦେବ, ଜିଲ୍ଲା ବିଜେଡି କୃଷକ ମଞ୍ଚ ସଭାପତି ଇଂ ଚତ୍ତରଞ୍ଜନ ପ୍ରଧାନ, ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲଳିତ ମୋହନ ସାହୁ, ଇଂ ସୁଜିତ କୁମାର ପ୍ରଧାନଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ।