ଦିଲ୍ଲୀ ବିମାନବନ୍ଦରରେ ଆରଡିଏକ୍ସ ଭର୍ତ୍ତି ବ୍ୟାଗ! ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ବ୍ୟାଗ ମିଳିଛି। ଗୁରୁବାର ରାତି ପ୍ରାୟ ୩ଟାରେ ଟର୍ମିନାଲ ୩ରେ ଉକ୍ତ ବ୍ୟାଗଟିକୁ ଦେଖିବାକୁ ମିଳିଥିଲା। ଏହା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ବ୍ୟାଗଟିରେ ଆରଡିଏକ୍ସ ଥିବା ଆଶଙ୍କାରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ପୁଲିସ ଓ ସ୍ପେଶାଲ ବମ୍ ସ୍ୱାଡ୍ ପହଞ୍ଚି ଯାତ୍ରୀମାନଙ୍କୁ ସେହି ସ୍ଥାନରୁ ଖାଲି କରିବା ସହିତ ବ୍ୟାଗଟିକୁ ଜବତ କରିଥିଲା।

ସେହି ବ୍ୟାଗ୍ ରେ ଆରଡିଏକ୍ସ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ଘଟଣା ପରେ ବିମାନବନ୍ଦରରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି। ଯାତ୍ରୀଙ୍କୁ ଭୟଭୀତ ନହେବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଓ ପୁଲିସ୍ ପ୍ରଶାସନ କହିଛନ୍ତି।