ଆରସିବିର ହ୍ୟାଟ୍ରିକ୍ ବିଜୟ

ଚେନ୍ନାଇ, ଏଜେନ୍ସି: ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ କୋଲକାତାକୁ ହରାଇ ୩୮ ରନରେରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଜିତିନେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆରସିବି ୪ ୱିକେଟ ହରାଇ ୨୦୪ ରନ୍ କରିଥିବା ବେଳେ କେକେଆର ବିଜୟ ଲକ୍ଷ୍ୟରୁ ୩୮ ରନ୍ ଦୂରରେ ରହିଯାଇଥିଲା। ଏହି ବିଜୟ ସହିତ ଆରସିବି ପଏଣ୍ଟ ଟେବଲର ଶୀର୍ଷରେ ପହଞ୍ଚିଛି। ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଏବି ଡିଭିଲିୟର୍ସ ମ୍ୟନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଆରସିବିର ପ୍ରାରମ୍ଭ ଭଲ ରହିନଥିଲା। ୬ ରନରେ ଅଧିନାୟକ ବିରାଟ କୋହଲି(୫) ଏବଂ ଦଳୀୟ ସ୍କୋର ୯ରେ ରଜତ ପଟିଦାର(୧) ଆଉଟ ହୋଇଥିଲେ। ଉଭୟେ ସ୍ପିନର୍ ବରୁନ୍ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ। ତେବେ ଅନ୍ୟତମ ଓପ୍ନର ଦେବଦତ୍ତ ପାଡିକଲ(୨୫) ଏବଂ ଇନଫର୍ମ ଗ୍ଲେନ ମ୍ୟାକ୍ସୱେଲ ଚତୁର୍ଥ ୱିକେଟରେ ୮୬ ରନ୍ ଯୋଡିଥିଲେ। ୨୮ ବଲରେ ୨୫ ରନ୍ କରି ପାଡିକଲ୍ ପ୍ୟାଭିଲିୟନ୍ ଫେରିବା ପରେ କ୍ରିଜ୍ରେ ତାଙ୍କ ସହ ଯୋଗଦେଇଥିଲେ ଏବି ଡିଭିଲିୟର୍ସ। ପଡି଼ଆର ଚତୁର୍ଦିିଗକୁ ଶଟ୍ ମାନ ମାରି ସେ ମ୍ୟାକ୍ସୱେଲଙ୍କ ସହ ୫୩ ରନ ଯୋଡ଼ିଥିଲେ। ମାତ୍ର ୪୯ଟି ବଲ୍ ଖେଳି ମ୍ୟାକ୍ସୱେଲ ୭୬ ରନ୍ କରିଥିଲେ।