ପାଡିକଲଙ୍କ ବିସ୍ଫୋରକ ଶତକ, ୧୦ ୱିକେଟରେ ବାଙ୍ଗାଲୋରର ବିରାଟ ବିଜୟ

ମୁମ୍ବାଇ, ଏଜେନ୍ସି: ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଆରସିବି ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। ଚାରି ମ୍ୟାଚରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ଆରସିବି। ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ଜବାବରେ ଦେବଦତ୍ତ ପାଡିକଲଙ୍କ ଅପରାଜିତ ୧୦୧ ରନ ଏବଂ କୋହଲିଙ୍କ ୭୨ ରନ ଦମରେ ବାଙ୍ଗାଲୋର ୧୬.୩ ଓଭରରେ କୌଣସି ୱିକେଟ୍ ନହରାଇ ୧୦ ୱିକେଟ୍ ସହଜ ବିଜୟ ହାସଲ କରିଛି।