ଆରବିଆଇର ଆକ୍ସନ ପ୍ଲାନ: ୟେସ୍ ବ୍ୟାଙ୍କର ୪୯ % ଅଂଶଧନ କିଣିବ ଏସବିଆଇ ଦେଶ- ବିଦେଶ By Nitidin Last updated Mar 7, 2020 Share ନୂଆଦିଲ୍ଲୀ,ଏଜେନ୍ସି: ଆର୍ଥିକ ସଙ୍କଟରେ ଗତିକରୁଥିବା ୟେସ ବ୍ୟାଙ୍କକୁ ସପୋର୍ଟ କରିବ ଏସବିଆଇ। ଦେବାଳିଆ ସ୍ଥିତିରେ ରହିଥିବା ୟେସ୍ ବ୍ୟାଙ୍କ ସମସ୍ୟାରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶନିବାର ଏକ ଆକ୍ସନପ୍ଲାନ ଜାରି କରିଛି। ଯୋଜନା ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଏଥିରେ ଟଙ୍କା ନିବେଶ କରିବା ସହିତ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏହି ଯୋଜନାକୁ ‘ୟେସ୍ ବ୍ୟାଙ୍କ ପୁନଃନିର୍ମାଣ ଯୋଜନା-୨୦୨୦’ ନାମ ଦିଆଯାଇଛି। ଏହା ସହିତ ଆରବିଆଇ ୟେସ୍ ବ୍ୟାଙ୍କର ସ୍ଥିତି ସୁଧାରିବା କ୍ଷେତ୍ରରେ କାର୍ୟ୍ୟ କରିବା ଲାଗି ଶେୟାର ହୋଲ୍ଡର ଏବଂ ନିବେଶକଙ୍କଠାରୁ ପରାମର୍ଶ ଲୋଡ଼ିଛି। ଏ ନେଇ ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଆଜି ଏହି ସୂଚନା ଦେଇଛନ୍ତି ଯେ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବାକୁ ଚିନ୍ତା କରୁଛି। ଆମେ ଏହା ଉପରେ କାମ କରୁଛୁ। ଏଥିସହ ୟେସ୍ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ବିନିଯୋଗ କରିବାକୁ ଏସବିଆଇ ଯୋଜନା କରିଛି। ଆମେ ଆପଣଙ୍କୁ କହିବୁ ଯେ ୟେସ୍ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଗୁରୁବାର ସନ୍ଧ୍ୟାରେ ଆରବିଆଇ ଉକ୍ତ ବ୍ୟାଙ୍କର ଗ୍ରାହକଙ୍କୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସେମାନେ ଏକ ମାସ ମଧ୍ୟରେ କେବଳ ୫୦ ହଜାର ଟଙ୍କା ପ୍ରତ୍ୟାହାର କରିପାରିବେ। ୟେସ୍ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ। ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଅର୍ଥମନ୍ତ୍ରୀ ମଣ ଆଶ୍ୱାସନା ଦେଇଛନ୍ତି। ନିଜ ଟଙ୍କା ଉଠାଇବା ଲାଗି ଗ୍ରାହକମାନେ ବ୍ୟାଙ୍କର ଶାଖା ଓ ଏଟିଏମ୍ରେ ଲମ୍ବା ଧାଡ଼ି ଲଗାଇବା ପରେ ସେମାନଙ୍କ ମନରୁ ଭୟ ଦୂର କରିବା ଲାଗି ଅର୍ଥମନ୍ତ୍ରୀ କହିଛନ୍ତି, ୟେସ୍ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଉଭୟ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି। ତେଣୁ ବ୍ୟାଙ୍କର ଗ୍ରାହକ କିମ୍ବା ଜମାକାରୀ କେହିବି ଭୟଭୀତ ହେବାର କୌଣସି କାରଣ ନାହିଁ। Share