ମହଙ୍ଗା ପଡ଼ିଲା ବିବାହ ଭୋଜି

ରାୟଗଡ଼ା,ଏନ୍ଏନ୍ଏସ୍ : ଜିଲ୍ଲା ପ୍ରଶାସନର କଟକଣା ମାନୁନାହାନ୍ତି ଆୟୋଜକ। ଜିଲ୍ଲାରେ ୧୪୪(୨) ଧାରା ବଳବତର ଥାଇ ମଧ୍ୟ ଗୋଟିଏ ସ୍ଥାନରେ ଏକତ୍ରିତ ହେଉଛନ୍ତି ଶହେରୁ ଊଦ୍ଧ୍ୱର୍ ଜନସମାଗମ। କରୋନା ପାଇଁ ସମଗ୍ର ଜିଲ୍ଲାରେ ଲାଗିଥିବା କଟକଣାକୁ ଫୁ’ କରିଦେଇ ଆୟୋଜକ ବିବାହ ଭୋଜି ଉତ୍ସବ ଆୟୋଜନ କରୁଛନ୍ତି। ଏଭଳି ଘଟଣା ଘଟିଛି ଖୋଦ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୨କିମି ଦୂରତାରେ ହେଉଥିବା ଏକ ବିବାହ ଉତ୍ସବରେ। ରାୟଗଡ଼ା ସହରସ୍ଥିତ ମହିଳା ମହାବିଦ୍ୟାଳୟ ନିକଟରେ ଆଜି ଜଣେ ବ୍ୟକ୍ତି ଏକ ବିବାହ ଭୋଜି ଆୟୋଜନ କରିଥିଲେ।

ଏଥିରେ ଶତାଧିକ ଲୋକେ ଯୋଗଦେଇଥିଲେ। ଏସମ୍ପର୍କରେ ଖବର ଜଣାପଡ଼ିବା ପରେ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ପୁଲିସ ଅଧିକାରୀ ସେଠାରେ ପହଞ୍ôଚ ଚଢ଼ଉ କରିଥିଲେ। ଶତାଧିକ ଲୋକଙ୍କ ଭୋଜି ଆୟୋଜନ ହୋଇଥିବା ସ୍ଥଳେ ଚଢ଼ଉ ପାଇଁ ଆସିଥିବା

ଅଧିକାରୀ ୫୦ ଜଣ ଲେଖାଏଁ ଉତ୍ସବ ପରିସରରେ ପହଞ୍ôଚ ଭୋଜି ଖାଇ ଆସିବା ପରେ ଆଉ ଏକ ୫୦ଜଣ ଦଳ ଉତ୍ସବ କକ୍ଷ ଭିତରେ ପ୍ରବେଶ କରି ଭୋଜି ଖାଇବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଏହାସହ ଆୟୋଜକଙ୍କୁ ତାଗିଦ୍ କରିବା ସହିତ ଉତ୍ସବ କକ୍ଷ ଅନିର୍ଦ୍ଦିଷ୍ଟ କାଳ ବନ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ।