ରାୟଗଡ଼ା,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟଙ୍କ କଟକଣାପରେ କଡ଼ା ସୁରକ୍ଷା ମଧ୍ୟରେ ସମ୍ପନ୍ନ ହୋଇଛି ରାୟଗଡ଼ାରେ କାଳିଆ ସାଆନ୍ତଙ୍କ ଶ୍ରୀଗୁଣ୍ଡିଚା ଜାତ। ଅନେକ ଭକ୍ତ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଆସି ଫେରି ଯାଇଥିବା ଦେଖିବାକୁ ମିଳିଥିଲା। ଚଳିତଥର ମନ୍ଦିର ପରିସରରେ ହିଁ ଠାକୁରଙ୍କ ନିତୀକାନ୍ତି ସମାପନ ହୋଇଛି। ଆଜି ସକାଳ ୫.୩୦ରେ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆଳତୀ, ତଡ଼ପଲାଗି, ଗୋପାଳ ବଲ୍ଲଭ ଭୋଗ ଲାଗିହେବା ପରେ ଦ୍ୱାରପାଳ ପୂଜା ହୋଇଥିଲା। ୯.୩୦ ମିନିଟରେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସେବାୟତମାନେ ଅସ୍ଥାଇ ମାଉସି ମାଆ ମନ୍ଦିରକୁ ଆଣିଥିଲେ। କରୋନା କଟକଣା ଯୋଗୁଁ ମନ୍ଦିର ପରିସରରେ ପୁଲିସ ଛାଉଣୀ କରାଯାଇଥିବାବେଳେ ମନ୍ଦିରବାହାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା।