କରୋନା ସୁରକ୍ଷା କବଚ ପ୍ରସ୍ତୁତି ଲାଗି ଅଂଟା ଭିଡ଼ିଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ଜିଲ୍ଲାରାଜ୍ୟ By Nitidin Last updated Apr 17, 2020 Share ରାୟଗଡା,ଏନ୍ଏନ୍ଏସ୍ : ମହାମାରୀ କରୋନା ପାଇଁ ସାରା ଦେଶରେ ପଡ଼ିଛି ତାଲା। ଜରୁରୀ କାର୍ଯ୍ୟ ବିନା ଘରୁ ଗୋଡ ନକାଢ଼ିବା ପାଇଁ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶବଳୀ। ଏହି ଭୟାବହ ରୋଗଠାରୁ ଦୂରରେଇବା ପାଇଁ ସାମାଜିକ ଦୂରତ୍ୱ ରୋଗରୁ ରକ୍ଷା ପାଇବା ପାଇଁ ମୂଳ ଅସ୍ତ୍ର ହୋଇଥିବାବେଳେ ମୁହଁରେ ମାସ୍କ ପିନ୍ଧିବା ଏକମାତ୍ର ସୁରକ୍ଷା କବଚ ହୋଇଛି । ଘରୁ ବାହାରିଲେ ମାସ୍କ ପିନ୍ଧିବା ସକାଶେ ରଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଆବଶ୍ୟକ ପରିମାଣର ମାସ୍କ ବଜାରରେ ଉଲବ୍ଧ ନଥିବାରୁ ଅସାଧୁ ବ୍ୟବସାୟୀ ଏହାକୁ ଧାର୍ଯ୍ୟ ମୂଲ୍ୟଠାରୁ ଆକାଶ ଛୂଆଁ ଦରରେ ଲୋକଙ୍କୁ ବିକ୍ରୟ କରୁଛନ୍ତି । ତେବେ ଏଭଳି ସମୟରେ ଲୋକଙ୍କୁ ମାସ୍କ ପ୍ରସ୍ତୁତ କରି ମାହାମାରୀ ଭୂତାଣୁର ସୁରକ୍ଷା ଦେବା ସକାଶେ କିଛି ସ୍ୱେଚ୍ଛାସେବୀ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଅଣ୍ଟା ଭିଡିଛନ୍ତି । ରାୟଗଡା ସହର ଉପଖଣ୍ଡ ପିତାମହଲ ଠାରେ ଗଡହିଲ ନାମକ ସ୍ୱୟଂ ସାହାୟିକାଗୋଷ୍ଠୀ ଏଭଳି ସମୟରେ ଦୈନିକ ୧୩ ଶହରୁ ଉଦ୍ଧ୍ୱର୍ ମାସ୍କ ପ୍ରସ୍ତୁତ କରି ବଜାରରେ ଦେଖା ଦେଇଥିବା ମାସ୍କର ଅଭାବି ଚାହିଦା ମେଂଟାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲା ପ୍ରଶାସନର ଅନୁମୋଦନକ୍ରମେ ଓରମାସର ପ୍ରତକ୍ଷ ତତ୍ୱାବଧାନରେ ଉକ୍ତ ମହିଳା ଗୋଷ୍ଠୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିବା ଜଣାଯାଇଛି। ବଜାରରେ ମାସ୍କ ସଙ୍କଟ ଓ ଲୋକଙ୍କ ଚାହିଦାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ ପରେ ଗଡହିଲ ଗୋଷ୍ଠୀ ସଦସ୍ୟା ଦୈନିକ ପ୍ରାୟ ୧୩ଶହରୁ ଉଦ୍ଧ୍ୱର୍ ମାସ୍କ ପ୍ରସ୍ତୁତ କରି ବଜାରରେ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ କରୁଛନ୍ତି । ଏଥିସହିତ ଗୋଷ୍ଠୀ ସଦସ୍ୟା ଗରିବ ତଥା ଅଭାବି ଲୋକଙ୍କୁ ମାସ୍କ ମାଗଣାରେ ବିତରଣ କରି ସମଜାସେବା ପ୍ରତି ନିଜକୁ ନିୟୋଜିତ କରିଛନ୍ତି । ପଡ଼ୋଶୀ ରାଜ୍ୟରୁ ଆସି ସାମୀନ୍ତ ଅଂଚଳ କେରେଡ଼ାଠାରେ ସଂଗରୋଧ ଅବସ୍ଥାରେ ରହିଥିବା ପ୍ରବାସୀ ଶ୍ରମିକ ଅନ୍ତେବାସୀଙ୍କୁ ମଧ୍ୟ ଗୋଷ୍ଠୀ ସଦସ୍ୟାଙ୍କ ତରଫରୁ ମହାମାରୀଠାରୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସେମାନଙ୍କୁ ମାସ୍କ ବଂଟନ କରାଯାଇଥିଲା। ଏଯାଏଁ ଗଡ ହିଲ ସ୍ୱୟଂ ସାହିକା ଗୋଷ୍ଠୀ ସଦସ୍ୟା ତିନି ହଜାରରୁ ଉଦ୍ଧ୍ୱର୍ ଆଭାବି ଲୋକଙ୍କୁ ମାସ୍କ ବଂଟନ କରିଥିବା ଗୋଷ୍ଠୀ ଅଧ୍ୟକ୍ଷା ଉଶାରାଣି ମିଶ୍ର ସୂଚନା ଦେଇଛନ୍ତି। ତେବେ ମାହାମାରୀ କରୋନା ରୋଗ ଯୋଗୁଁ ସାରାଦେଶ ଏବେ ତାଲା ବନ୍ଦ ହୋଇଥିବା ବେଳେ ଏଥିନେଇ ଦେଶର ଆର୍ଥୀକ ଅବସ୍ଥା ଅତ୍ୟନ୍ତ ନିମ୍ନଗାମୀ ହୋଇପଡିଛି। ଏଭଳି ପରିସ୍ଥିତିରେ ସବୁ ବର୍ଗର କର୍ମଚାରୀଙ୍କ ଉପାର୍ଜନ ପନ୍ଥା ପ୍ରଭାବିତ ହୋଇଥିବାରୁ ଲୋକେ ପରିବାର ଚାଳାଇବାକୁ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। କିନ୍ତୁ ଏଭଳି ଘଡିସନ୍ଧି ମୁହୁର୍ତରେ ଉପାସନା ଟ୍ରଷ୍ଟର ବୈଦାନ୍ୟତା ଯୋଗୁଁ ଗୋଷ୍ଠୀ ସଦସ୍ୟା ସବୁପ୍ରକାର ଯାନ୍ତ୍ରୀକ ସହଯୋଗ ହାସଲ କରି ମହାମାରୀ ସମୟରେ ଆଗାକୁ ଆସି ମାସ୍କ ପ୍ରସ୍ତୁତ କରି ସମାଜସେବା କରିବା ସହିତ ଦୈନିକ ୨୫୦ ଟଙ୍କାରୁ ୩୦୦ ଟଙ୍କା ଲେଖାଏଁ ନିଜେ ଉପାର୍ଜନ କରି ପରିବାର ପ୍ରତିପୋଷଣ କରିବାରେ ସହାୟକ ମଧ୍ୟ ହୋଇପାରିଛନ୍ତି । Share