ଆକାଉଣ୍ଟରୁ ଲକ୍ଷେରୁ ଅଧିକ ଟଙ୍କା ଚଳୁ ପ୍ରସଙ୍ଗ: ଏସପିଙ୍କ ଦ୍ୱାରାସ୍ଥ ହେଲେ ଗ୍ରାହକ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡାସ୍ଥିତ  ଜାତୀୟସ୍ତରୀୟ ଘରୋଇ ବ୍ୟାଙ୍କରେ ଜଣେ ଗ୍ରାହକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଥିବାରୁ ଠକାମିର ଶିକାର ପରିବାର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଅଭିଯୋଗ ପରେ ମଧ୍ୟ ପୁଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଗୁରୁବାର ଅଭିମନ୍ୟୁ ଓ ତାଙ୍କ ସ୍ତ୍ରୀ ବାସନ୍ତି ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରାୟଗଡ଼ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। କରୋନା କଟକଣା ଯୋଗୁଁ ଏସପିଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଅଭିଯୋଗପତ୍ର ଦେଇ ଫେରି ଆସିଥିବା ବେଳେ ଏସପି  ଏ ଦିଗରେ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବେ ଅଭିମନ୍ୟୁ କହିଛନ୍ତି।