ଖଣି ଅଞ୍ଚଳର ଲୋକଙ୍କୁ ଉତ୍କଳ ଆଲୁମିନାର ପ୍ରୋତ୍ସାହନ

ରାୟଗଡ଼ା,ଏନ୍ଏନ୍ଏସ୍: ଖଣି ଅଞ୍ଚଳରେ ଗରିବଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଉତ୍କଳ ଆଲୁମିନା ଅରମ୍ଭ କରିଛି ସାମୂହିକ ସିଏସ୍ଆର୍ ଅଭିଯାନ । ଏହି ଅଭିଯାନରେ ଗ୍ରାମବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଛି କମ୍ପାନୀ।  ରତଛୁଆଁ, ହାତିଖମଣ, ଯୋଗୀପରିତୁଣ୍ଡ ଓ ନାରିଙ୍ଗଯୋଡ଼ୀ ଗ୍ରାମର ମୋଟ ୧୯ ଚାଷୀଙ୍କୁ କଳଦୀ, ପିଜୁଳି, ଅମୃତଭଣ୍ଡା, ଓ ଛୁଇଁ ବୃକ୍ଷରୋପଣ ସହିତ ସାର ଓ କୀଟନାଶକ କମ୍ପାନୀ ତରଫରୁ ପ୍ରଦାନ କରାଯାଇଛି । ଫଳବଗିଚାର ପରିଚାଳନା ପାଇଁ ଚାଷୀମାନଙ୍କୁ କୃଷି ଭିତ୍ତିକ ଆଗ୍ରୋ-ଆଡଭାଇଜରିର ସୁବିଧା ପ୍ରଦାନ କରାଯାଇଛି। ୨୦୧୮-୧୯ରେ ଗୋଟିଏ ଗ୍ରାମରେ ପ୍ରଥମେ ୧୨ ଜଣ ଚାଷୀଙ୍କ ୨୦ ଏକର ଜମିରେ ଆରମ୍ଭ ହୋଇଥିବା ଏହି ଯୋଜନା ଧିରେ ଧିରେ କାୟା ବିସ୍ଥାର କରିବାରେ ଲାଗିଛି। ବର୍ତ୍ତମାନ ଏହା ୮ ଗ୍ରାମର ୮୦ ଏକର ଜମିରେ ୭୦ ଚାଷୀଙ୍କ ପାଖରେ ପହଞ୍ଚି ପାରିଛି।

ଏହି ସହିତ, ଫରୱାର୍ଡ ଲିଙ୍କେଜ୍ ପାଇଁ ଲେମନ୍ ଗ୍ରାସ ତେଲ ବାହାର କରିବା ଲାଗି ୟୁଏଆଇଏଲ ପକ୍ଷରୁ ଏକ ୟୁନିଟ ମଧ୍ୟ ସ୍ଥାପନ କରାଯାଇଛି। କାଶିପୁର ବ୍ଲକ୍ର ଯୋଗୀପରିତୁଣ୍ଡ ଗ୍ରାମରେ ଏହି ୟୁନିଟକୁ ପ୍ରୋଜେକ୍ଟ ସୁଗନ୍ଧ ଅଧୀନରେ ଉତ୍କଳ ଆଲୁମିନା ସହଯୋଗରେ ଜଣେ ସ୍ଥାନୀୟ ଉଦ୍ୟୋଗୀ ସ୍ଥାପନ କରିଛନ୍ତି। ଏହି ୟୁନିଟକୁ କାରଖାନା ମୁଖ୍ୟ ଏନ୍ ନାଗେଶ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉତ୍କଳର ଅଧିକାରୀ ଟି ଏମ ପ୍ରକାଶ, ମୁକେଶ ଝା, ଶିବ ଶଙ୍କର ମହାପାତ୍ର, ସୁକାନ୍ତ ମହାପାତ୍ର ଓ ସିଏଆର ଟିମର ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। ଲେମନ୍ ଗ୍ରାସ ଉତ୍ପାଦନ ବଢ଼ାଇବା ଏବଂ ଏହା ସହିତ ଜଡ଼ିତ ଥିବା ଚାଷୀମାନଙ୍କୁ ତେଲ ବାହାର କରିବାର ସୁବିଧା ଦେବା ଲାଗି ସ୍ଥାନୀୟ ଲୋକମାନଙ୍କୁ ଶ୍ରୀ ନାଗେଶ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ନୂଆଗାଁର ହରିଶ୍ଚନ୍ଦ୍ର ଦିଶାରୀ ଓ ମସ୍ତରାମ ପୂଜାରୀ ଓ ଅଣ୍ଡିରାକାଞ୍ଚର ମହାରାଜ ନାଏକ ପ୍ରମୁଖ କମ୍ପାନୀର ଏଭଳି କର୍ଯ୍ୟକୁ ପ୍ରଶଂସା କରିଛନ୍ତି।