ରାୟଗଡ଼ା,ଏନ୍ଏନ୍ଏସ୍ : ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମୁତାବକ ଜିଲ୍ଲାସ୍ତରୀୟ ଟ୍ରାଏଲ ସମୀକ୍ଷା କମିଟି ବୈଠକ ବୁଧବାର ଦିନ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ଜର୍ଜ ଜ୍ଞାନେନ୍ଦ୍ର କୁମାରକ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କମିଟିର ଅନ୍ୟ ସଦସ୍ୟ ଭାବେ ଜିଲ୍ଲା ଆଇନ ସେବାପ୍ରଧିକରଣ ମନୋରଞ୍ଜନ ମିଶ୍ର, ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ଉକ୍ତ ବୈଠକରେ ରାୟଗଡା, ଗୁଣୁପୁର, ଓ ବିଷମକଟକ ଜେଲରେ ଥିବା ବନ୍ଦି ଓ ସଜାପ୍ରାପ୍ତ କଏଦୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।
କରୋନା ଭୂତାଣୁ ଓ ଏହାର ଭୟାବହକୁ ଉପଲବ୍ଧଧିକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟ ଉପରେ କରାଗାର ଅଧିକ୍ଷକଙ୍କ ଦ୍ୱାରା ପ୍ରଦତ ରିପୋର୍ଟ ଉପରେ ବୈଠକରେ ଆଲୋଚନା କରାଯାଇ କଏଦୀମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ କାରାଗାର ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏତତବ୍ୟତିତ ପେରୋଲରେ ଯିବା ପାଇଁ ଆଗ୍ରହୀ ଓ ଉପଯପୁକ୍ତ କଏଦୀଙ୍କୁ ଚିହ୍ନଟ କରି ଏଥିନେଇ ଉଦ୍ଧିଷ୍ଟ ପଦକ୍ଷପେ ଗ୍ରହଣ କରିବାକୁ ଜିଲାପାଳ ଶ୍ରୀ ବେହେରା କରାଗାର ଅଧିକ୍ଷକଙ୍କୁ ପରାମରଶ ର୍ ଦେଇଥିଲେ।
ତେବେ ରାୟଗଡ଼ା ଜିଲ୍ଲାର ତିନୋଟି ଉପକାରାଗାରରେ ବନ୍ଦି ଥିବା ୨୫ଜଣ ଅଭିଯୁକ୍ତଙ୍କୁ ଆଜିଯାଏଁ ପେରୋଲରେ ମୁକୁଳି ଥିବା ଜଣାଯାଇଛି। ଏଥିସହିତ ଜିଲ୍ଲାରେ ବାହର ରାଜ୍ୟରୁ ଆସି କାମ କରୁଥିବା ଶ୍ରମିକ ତାଲା ବନ୍ଦ କାରଣରୁ ଘରକୁ ଫେରି ନଥିବାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷପେ ସମ୍ପର୍କ ଜିଲ୍ଲାପାଳ ଶ୍ରୀ ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣା ସୂଚନା ଦେଇଛନ୍ତି ।