ବସ୍ତି ବାସିନ୍ଦାଙ୍କୁ ସହାୟତାର ହାତ ବଢ଼ାଇଲେ ସାଂସଦ ଏନ.ଭାସ୍କର ରାଓ

ରାୟଗଡା,ଏନ୍ଏନ୍ଏସ୍ : କରୋନା ମହାମାରୀ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି ଗରୀବ ଖଟିକିଆ ଶ୍ରେଣୀର ଲୋକେ। କାମ ଧନ୍ଦା ନଥିବା ଯୋଗୁଁ ବହୁ ଶ୍ରମିକ ଭୋକ ଉପାସରେ ରହିଥିବା ଜଣାପଡିଛି। ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଗରୀବ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ବହୁ ଲୋକ ସହାୟତାରୁ ବଂଚିତ ହୋଇଥିବା ନେଇ ଖବର ଆସିଛି। ଆଜି ଏହି ଗରୀବ ଖଟିକିଆ ଲୋକଙ୍କୁ ସହାୟତାରେ ହାତ ବଢାଇଛି ବିଜୁ ଜନତା ଦଳ ରାୟଗଡା। ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓଙ୍କ ନିଜସ୍ୱ ଉଦ୍ୟମରେ ସହରରେ ଥିବା ୫୦ରୁ ଉଦ୍ଧ୍ୱର୍ ତଥା ୫୦୦୦ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି। ଏହି ବଂଟନ ପକ୍ରିୟା ଆଗାମୀ ୨ ରୁ ୩ ଦିନ ଧରି ଚାଲିବା ବୋଲି ଜଣାପଡିଛି।

ଏ ନେଇ ସାଂସଦ ଶ୍ରୀରାଓ କହିଛନ୍ତି ଯେ ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ରିଲିଫ ସାମଗ୍ରୀ ବଂଟନ କରାଯାଇଥିଲେ ମଧ୍ୟ ସମସ୍ତେ ରିଲିଫ୍ ସାମଗ୍ରୀ ପାଇ ପାରିନଥିଲେ। ଏ ଖବର ଜାଣିବା ଭାବେ ମୁଁ ବ୍ୟକ୍ତିଗତ ଭାବେ ବସ୍ତି ବାସିନ୍ଦାଙ୍କୁ ସହଯୋଗ କରିବା ପାଇଁ ନିଷ୍ପତି ନେଇଥିଲେ। ରିଲିଫ ସାମଗ୍ରୀ ପାଇ ନଥିବା ବ୍ୟକ୍ତିମାନଙ୍କ ତାଲିକା ପ୍ରସ୍ତୁତି କରି ଟୋକନ ପ୍ରଦାନ କରିବା ପାଇଁ ଆମ ଦଳର କର୍ମୀମାନଙ୍କୁ କହିଥିଲି। ସାମାଜିକ ଦୂରତା ବଜାୟ ରଖି ବସ୍ତି ବାସିନ୍ଦାମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରାଯାଉଛି। ବସ୍ତି ବାସିନ୍ଦାଙ୍କୁ ୫ କେଜି ଚାଉଳ, ଡାଲି ୧ କେଜି, ଆଳୁ, ପିଆଜ, ତେଲ,ଲୁଣ, ବାଇଗଣ, ସାନିଟାଇଜର, ସାବୁନ, ମାସ୍କ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଛି।

ଗହଳିକୁ ଏଡାଇବା ପାଇଁ ଟୋକନ୍ ବ୍ୟବସ୍ଥା କରିବା ସହ ବିଭିନ୍ନ ବସ୍ତି ବାସିନ୍ଦାଙ୍କ ନିମନ୍ତେ ସମୟ ନିର୍ଦ୍ଧାରଣ କରାଯାଇଛି। ଖାଦ୍ୟ ସାମଗ୍ରୀ ବଂଟନ ସମୟରେ ସାଂସଦ ଶ୍ରୀରାଓଙ୍କ ସହ ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧୀର ଦାସ, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା, ସାଧାରଣ ସଂପାଦକ ଅମୀୟ ସ୍ୱାଇଁ, ଯୁବ ବିଜେଡି ସଭାପତି ବିନାୟକ କର, ଉପ-ସଭାପତି ବି.ତରୁପତି, ବରିଷ୍ଠ ସଦସ୍ୟ ଚନ୍ଦ୍ରକାନ୍ତ ସାମଲ, ପୂର୍ବତନ ପୌରାଧ୍ୟକ୍ଷ ରାଇସିଂ ବିଡିକା, ବିଜୁ ଜିଲ୍ଲା ମହିଳା ସଭାନେତ୍ରୀ ଅନୁସୟା ମାଝି, ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ସୁଜାତା ପାଳ, ପୂର୍ବତନ କାଉନସିଲର ମଂଜୁଶ୍ରୀ ମୁଖାର୍ଜିଙ୍କ ସହ ମିଡିଆ ସେଲ ସଂଯୋଜକ ଦେବାଶିଷ ଖାଡଙ୍ଗା ଏବଂ ଅବିନାଶ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।