ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସିଲେ ୧୫୧ ପ୍ରବାସୀ ଶ୍ରମିକ

ରାୟଗଡା, ଏନ୍ଏନ୍ଏସ୍ : ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଦିବା ୧୧ ଘଟିକାରେ ରାୟଗଡା ରେଳ ଷ୍ଟେସନରେ ପହଂଚିଥିଲା । ଏଥି ନିମନ୍ତେ ପ୍ରଶାସନ ତରଫରୁ ଗଜପତି ଛକ ଠାରୁ ସାଇ ଇଂଟରନ୍ୟାସନାଲ ଛକ ଯାଏଁ ୧୪୪ ଧାରା ଜାରି କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡିଏ ଅମୃିତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ରାୟଗଡା ରେଳ ଷ୍ଟେସନଠାରେ ଉପସ୍ଥିତ ରହି ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱାଗତ କରିଥିଲେ।

ଏହି ସ୍ୱତନ୍ତ୍ର ଟ୍ରେନ ଯୋଗେ ୧୫୧ ଜଣ ପ୍ରବାସୀ ଓଡିଆ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ରାୟଗଡାର ଜିଲ୍ଲାର ୪୪, କନ୍ଧମାଳ ଜିଲ୍ଲାର ୫୮, କୋରାପୁଟର ୨, ଗଜପତିର ୫, ନବରଙ୍ଗପୁରର ୨୮ ଏବଂ କଳାହାଣ୍ଡିର ୧ ପ୍ରବାସୀ ଓଡିଆ ଶ୍ରମିକ ଥିଲେ। ପ୍ରଶାସନ ତରଫରୁ ଓହ୍ଲାଇଥିବା ଶ୍ରମିକମାନଙ୍କ ପଞ୍ଜିକରଣ କରିବା ସହ ଦେହର ତାପମାତ୍ରା ସ୍କ୍ରିନିଂ କରାଯାଇ ଖାଦ୍ୟ, ଏବଂ ପାନୀୟ ଜଳ ବଂଟନ କରାଯାଇଥିଲା। ପଡ଼ୋଶୀ ଜିଲ୍ଲାର ପ୍ରବାସୀ ଓଡିଆମାନଙ୍କୁ ସେହି ଜିଲ୍ଲାରେ ଜିଲ୍ଲା ଅଧିକାରୀ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଅପରାହ୍ନ ୭୭୩୪ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ କନ୍ଧମାଳ ଜିଲ୍ଲାର ଜଣେ, କୋରାପୁଟର ୨ ଏବଂ ଗଜପତିର ଜଣେ ମୋଟ ୫ ଜଣ ଶ୍ରମିକ ରାୟଗଡା ରେଳ ଷ୍ଟେସନ ଠାରେ ଓହ୍ଲାଇଥିଲେ ।