୭୧୪ଜଣ ପ୍ରବାସୀଙ୍କ ପରିବର୍ତେ ଆସିଲେ ୧୬୦ : ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ! ଜିଲ୍ଲା By Nitidin On May 21, 2020 Share ରାୟଗଡା,ଏନ୍ଏନ୍ଏସ୍ : ପ୍ରବାସୀ ଶ୍ରମିକଙ୍କୁ ପଡୋଶୀ ରାଜ୍ୟରୁ ଓଡିଶାକୁ ଫେରାଇ ଆଣିବା ପାଇଁ ଜାରି ରହିଛି ଅପରେସନ ଶୁଭାଯାତ୍ରା। ଦିନେ ଦୁଇଦିନ ବ୍ୟବଧାନରେ ତାଲାବନ୍ଦ ଯୋଗୁଁ ଦକ୍ଷିଣ ଭାରତର ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ରେଳ ଯୋଗେ ରାୟଗଡାକୁ ଆଣି ଏଠାରୁ ପୁଣି ଶିମାନ୍ତ ଛଅଟି ଜିଲାକୁ ବସ ଯୋଗେ ନିଜନିଜ ଅଚଂଳକୁ ପଠାଉଛି ରାୟଗଡା ଜିଲ୍ଲା ପ୍ରଶାସନ। ତେବେ ପ୍ରବାସୀଙ୍କ ସ୍ୱତନ୍ତ୍ର ଟ୍ରେନ ଆସିବା ପୂର୍ବରୁ ଜିଲା ପ୍ରଶାସନ ଦ୍ୱାର ଯଥାସମ୍ଭ ପ୍ରସ୍ତୁତି ଗ୍ରହଣ କରାଯାଉଛି। ଦକ୍ଷିଣାଚଂଳ ରାଜ୍ୟରେ କରୋନା ମହାମାରୀ ଭୟାବହ ରୂପ ଧାରଣ କରିଥିବାରୁ ଜିଲା ପ୍ରଶାସନ ଦ୍ୱାରା ରାୟଗଡା ସହରରେ ସବୁ ପ୍ରକାର ପ୍ରତିଶେଧକ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରବାସୀ ଶ୍ରମିକଙ୍କ ସ୍ୱତନ୍ତ୍ର ଟ୍ରେନ ରାୟଗଡାରେ ପହଚିଂବା ପୂର୍ବରୁ ଓ ପରେ ସହରର ବ୍ୟସ୍ତ ବହୁଳ ଜନଗହଳି ପୂର୍ଣ୍ଣ ରାଜରାସ୍ତରେ ୧୪୪ଧାରା ଲାଗୁ କରାଯାଇ ସାଧାରଣ ଲୋକଙ୍କୁ ଏହିସବୁ ଅଚଂଳକୁ ବାରଣ କରାଯାଉଛି। ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସହରରେ କଡାକଡି କରାଯାଉଛି। ପ୍ରବାସୀ ଟ୍ରେନ ରାୟଗଡାରେ ପହଚିଂବା ମାତ୍ରେ ଚଳ ଚଚଂଳ ହୋଇପଡୁଛନ୍ତି ଜିଲାର ପ୍ରଶାସନିକ ଅଧିକାରୀ । ଏସବୁ ରେଳ ବିଭାଗ ଦ୍ୱାରା ପ୍ରାପ୍ତ ପୂର୍ବ ସୂଚନା ମୁତାବକ ସବୁ ଯୋଜନା ଜିଲା ପ୍ରଶାସନ ଷ୍ଟେସନ ପରିସରରେ ପ୍ରବାସୀଙ୍କ ପାଇଁ ପ୍ରସ୍ତୁତି କରୁଛି। ମଙ୍ଗଳବାର ରାୟଗଡା ତଥା ପଡୋଶୀ ଛଅଗୋଟି ଜିଲାର ମୋଟ ୭୧୪ ଜଣ ପ୍ରବାସୀ ଆସିବା ନେଇ ଜିଲା ପ୍ରଶାସନ ନିକଟରେ ସୂଚନା ପହଚିଂବା ପରେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଷ୍ଟେସନ ପରିସରରେ ଚାଲିଲା ଅପରେସନ ଶୁଭଯାତ୍ରାରେ ଆସୁଥିବା ପ୍ରବାସୀଙ୍କୁ ସ୍ୱାଗତକରିବା ନିମନ୍ତେ ଯୋଜନା। ପ୍ରବାସୀ ଟ୍ରେନରୁ ଓହ୍ଲାଇବା ମାତ୍ରେ ସାମାଜିକ ଦୂରତ୍ୱା ପାଳନ କରାଯାଇ ସମସ୍ତଙ୍କ ପଞ୍ଜିକରଣ କଲା ପରେ ଷ୍ଟେସନରୁ ବାହାରିବା ବେଳକୁ ଖାଦ୍ୟ ପ୍ୟାକେଟ ପ୍ରଦାନ ଓ ବସ ଯୋଗେ ନିଜ ଅଚଂଳକୁ ପଠାଇବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଟଂ। ଯୋଜନା ମୁତାବକ ୭୧୪ ଜଣଙ୍କ ପାଇଁ ଖାଦ୍ୟ ପ୍ୟାକେଟରୁ ଆରମ୍ଭ କରି ବସ ଯାଏଁ ଜିଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଚିଂଥିଲା। କିନ୍ତୁ ୭୧୪ ଜଣ ପରିବର୍ତେ ରାୟଗଡାରେ ଓହ୍ଲାଇଲେ ମାତ୍ର ୧୬୦ ଜଣ। ଏତେ କମ ସଂଖ୍ୟକ ଯାତ୍ରୀ ଟ୍ରେନରୁ ଓହ୍ଲାଇବା ସାଧାରଣରେ ରେଳବିଭାଗ , ରେଳ ଛାଡ଼ିଥିବା ଜିଲ୍ଲାର ଜିଲ୍ଲାପ୍ରଶାସନ ଏବଂ ଏଠିକା ଜିଲ୍ଲା ପ୍ରଶାସନ ମଧ୍ୟରେ କିଭଳି ରହିଛି ସମନ୍ୱୟ ଏଥିରୁ ସ୍ୱଷ୍ଟ ପ୍ରମାଣିତ କରୁଛି । ରେଳ ବିଭାଗ ପକ୍ଷରୁ ୭୧୪ ଜଣ ଯାତ୍ରୀଙ୍କ ସୂଚନା ପାଇବା ପରେ ପ୍ରବାସୀଙ୍କୁ ଘରକୁ ପଠାଇବା ସକାଶେ ଅନୁରୂପ ସଂଖ୍ୟାରେ ବସ ବ୍ୟବସ୍ଥା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପରିଶେଷରେ ସମୀକରଣ ପରିବର୍ତନ ଯୋଗୁଁ ଜିଲା ପ୍ରଶାସନ ଚିନ୍ତା ବଢ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏ ନେଇ ଉପଜିଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହାର ପ୍ରକୃତ କାରଣ ଜିଲା ପ୍ରଶାସନର ପରିସରଭୁକ୍ତ ନୁହେଁ। ତେଣୁ ପ୍ରବାସୀ ଶ୍ରମିକଙ୍କ କୌଣସି ସମସ୍ୟା ହେତୁ ସେମାନେ ଟ୍ରେନରେ ଆସିପାରି ନଥିବେ । ମୋଟାମୋଟି ରୂପେ ପ୍ରଶାସନ ତରଫରୁ ୭୧୪ଜଣଙ୍କ ବ୍ୟବସ୍ଥା ହୋଇଥିବାବେଳେ ବଳକା ଖାଦ୍ୟ ପ୍ୟାକେଟ କେରେଡା ସମେତ ଅନ୍ୟ ସଂଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କୁ ପଠାଯାଇଥିଲା। ଗୋଟିଏ ମାଲକାନଗିରି, ଗୋଟିଏ କନ୍ଧମାଳ, କୋରାପୁଟ ଓ ରାୟଗଡା ପାଇଁ ଗୋଟିଏ ବସ ପଠାଇ ପ୍ରବାସୀଙ୍କୁ ନିଜ ଅଚଂଳକୁ ଛାଡିବା ପରେ ଆଉ ସମସ୍ତ ବସ ଗୁଡିକୁ ଜିଲାର ଅନ୍ୟ ସଂଘରୋଧ କେନ୍ଦ୍ରରେ ଫସି ଥିବା ବଲାଙ୍ଗୀର ଜିଲାର ପ୍ରବାସୀଙ୍କୁ ସେଥିରେ ପଠାଯାଇଥିଲା। ଏବଂ ପ୍ରବାସୀ ଶ୍ରମିକଙ୍କୁ ନେବାକୁ ଆସିଥିବା ସମ୍ପୃକ୍ତ ଜିଲାକୁ ଉକ୍ତ ବସ ପଠାଇ ଦିଆଯାଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ରେଳବିଭାଗ ଭଳି ଏତେ ବଡ଼ ସଂସ୍ଥାରେ ପାଇପାଇର ହିସାବ ରହୁଥିବା ବେଳେ ବର୍ତମାନ ସ୍ଥିତିରେ ଯାତ୍ରୀଙ୍କ ଠିକଣା ସମ୍ପୁର୍ଣ୍ଣ ଲିପିବଦ୍ଧ ସତ୍ୱେ କିଭଳି ପ୍ରଶାସନକୁ ଯୋଗାଇ ଦିଆଯାଉନି କିମ୍ବା ପ୍ରଶାସନ ମଧ୍ୟ ସଂଗ୍ରହ କରିପାରୁନି ଏନେଇ ଚର୍ଚ୍ଚା ଯୋର ଧରିଛି । Share