ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିଙ୍କ ରାୟଗଡା ଗସ୍ତ

ରାୟଗଡା,ଏନ୍ଏନ୍ଏସ୍ : ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମଦ ଦିନିକିଆ ରାୟଗଡା ଗସ୍ତରେ ଆସି ଓଡ଼ିଶା ଆନ୍ଧ୍ର ସୀମାନ୍ତର ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି । କରେଡା ସୀମାନ୍ତ ଦେଇ ଆନ୍ଧ୍ରପଟୁ ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକଙ୍କ ରାଜପଥ , ଟ୍ରେନ ଟ୍ରାକ କିମ୍ବା ବଣ, ଜଙ୍ଗଲ ହୋଇ ରାୟଗଡ଼ା ଜିଲ୍ଲାକୁ ଅବାଧ ପ୍ରବେଶ ନେଇ ଚିନ୍ତା ବଢ଼ିଛି ଜିଲ୍ଲା ପ୍ରଶାସନର । ଜାରି ରଖିଥିବାରୁ ଏମାନଙ୍କ ଉପରେ ଅଙ୍କୁଶ ଲଗାଇବା ସହ ସମସ୍ତ ପ୍ରବାସୀଙ୍କ ସୀମାନ୍ତରେ ପଞ୍ଜିକରଣ କରାଯାଇ ସେମାନଙ୍କୁ ସଂଘରୋଧ କେନ୍ଦ୍ରକୁ କିପରି ପଠାଯିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଗଣମାଧ୍ୟମକକୁ ଦକ୍ଷିଣ ପୂର୍ବାଚଂଳ ଡିଆଇଜି ସଫିନ ଅହମ୍ମଦ ସୂଚନା ଦେଇଛନ୍ତି ।

ଦକ୍ଷିଣାଚଂଳ ରାଜ୍ୟରୁ କେରେଡା ବାଟ ହୋଇ ପ୍ରବାସୀଙ୍କ ଆବାଧ ପ୍ରବେଶ ଏକ ବଡ ସମସ୍ୟା ରୂପେ ରାୟଗଡା ଜିଲାବାସୀଙ୍କ ପାଇଁ ଠିଆ ହୋଇଛି । ବିଶାଖାପାଟଣା ରାୟଗଡ଼ା ରାଜରାସ୍ତା ଦେଇ ଶ୍ରମିକମାନେ କରୋନା ପ୍ରଭାବିତ ଅଚଂଳରୁ ଶତାଧିକ ସଂଖ୍ୟାରେ ପ୍ରବେଶ କରୁଥିବାରୁ ଏହା ରାୟଗଡା ପାଇଁ ବଡ ବିପତିର ପରିସ୍ଥିତି ଆଣିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷର ଦାନା ବାନ୍ଧୁଛି। ଏଭଳି ସମୟରେ ପୁଲିସ ପକ୍ଷରୁ ସୀମାରେ କଡା ଯାଂଚ ଓ ରେଳବାଇ ସୁରକ୍ଷା କର୍ମୀଙ୍କ ପେଟ୍ରୋଲିଂ ସତ୍ୱେ ରାଜ୍ୟ ତଥା ରାଜ୍ୟ ବାହାର ଶ୍ରମିକମାନେ ଜିଲ୍ଲା ଭିତରକୁ ପ୍ରବେଶ କରିବାରେ ସଫଳ ହୋଉଛନ୍ତି । ବିଗତ ଦିନରେ ମହାରାଷ୍ଟ୍ର ଔରଙ୍ଗାବାଦ ଠାରେ ୧୬ ଜଣ ଶ୍ରମିକ ରେଳ ଧାରଣାରେ ବିଶ୍ରାମ ସମୟରେ ମୃତ୍ୟୁଭଳି ଅଘଟଣ ଘଟିବା ପରେ ମଧ୍ୟ ଶ୍ରମିକମାନେ ନିଜ ଜିବନକୁ ବାଜି ଲଗାଇ ଟ୍ରେନ ଟ୍ରାକରେ ଆସିବା ଦେଖିବାକୁ ମିଳିଛି।

ଏଭଳି ଶ୍ରମିକଙ୍କୁ କିଭଳି ରେଳ ଧାରଣାରୁ ଦୂରେଇ ରଖିବ ସେନେଇ ପୁଲିସ ଓ ରେଳବାଇ ସୁରକ୍ଷାକର୍ମୀଙ୍କ ମିଳିତଭାବେ ଟ୍ରେନ ଧାରଣା ଗୁଡିକରେ ପେଟ୍ରୋଲିଂ ଜୋରଦାର କରିବା ନେଇ ଡିଆଇଜି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ଦକ୍ଷିଣ ଭାରତରୁ ଓଡିଶାକୁ ଆସିବା ପାଇଁ କେରେଡା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ। ଉକ୍ତ ବାଟଦେଇ ଆନ୍ଧ୍ର, ତେଲେଙ୍ଗାନା ,କେରଳ ଏବଂ ତାମିଲନାଡ଼ୁ ରାଜ୍ୟରେ ରହିଥିବା ଶ୍ରମିକଙ୍କ ସୁଅ ଛୁଟୁଛି ଜିଲ୍ଲାକୁ । ତେଣୁ କେବଳ ରାୟଗଡା ଜିଲ୍ଲାର ଶ୍ରମିକଙ୍କ ସାଙ୍ଗକୁ ଅନ୍ୟଜିଲ୍ଲା ଏବଂ ରାଜ୍ୟକୁ ଯାଉଥିବା ଶମିକଙ୍କ ଏହି ଚେକ ପୋଷ୍ଟ ଠାରେ ପଞ୍ଜିକରଣ ପରେ ଛଡ଼ାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି । ଏଥିସହ ଏମାନଙ୍କ ସୁବିଧା ସକାଶେ ଅନ୍ୟ କଣ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ନେଇ ଆଗାମୀ ଦିନରେ ଆଲୋଚନା ପରେ ଜଣାପଡିବ ବୋଲି ଡିଆଇଜି ଶ୍ରୀ ଅହମ୍ମଦ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।