ରାୟଗଡ଼ା,ଏନ୍ଏନ୍ଏସ୍: ଲଘୁଚାପ ପ୍ରଭାବରେ ରାୟଗଡା ଜିଲ୍ଲାରେ ୪୮ଘଣ୍ଟା ଧରି ବର୍ଷା ଲାଗି ରହିଛି। ଫଳରେ ଏବେ ଲୋକେ ଏକ ପ୍ରକାର ବନ୍ଦୀ ହୋଇ ଘରେ ରହିଛନ୍ତି। ଲଘୁଚାପ ଜନିତ ବର୍ଷା ଚାଷ ପାଇଁ ସହାୟକ ହୋଇଛି। ହେଲେ କରୋନା କଟକଣା ଯୋଗୁଁ ଜୀବିକା ପାଇଁ ସଂଘର୍ଷ କରୁଥିବା ଶ୍ରମଜୀବୀ ବର୍ଷା ଯୋଗୁଁ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛିି। ଅନ୍ୟପକ୍ଷରେ ରାୟଗଡାର ଚିରୋଶ୍ରୋତା ନଦୀ ନାଗାବଳୀ ଓ ବଂଶଧରା ନଦୀ କୂଳରେ ବସବାସ କରୁଥିବା ଶତାଧିକ ଗ୍ରାମବାସୀଙ୍କ ମଧ୍ୟରେ ଛନକା ପଶିଛି। କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଫଳରେ କଲ୍ୟାଣି ଏବଂ ନାଗାବଳୀରେ ବନ୍ୟା ସମ୍ଭାବନା ଦେଖାଦେଇଛି ।
ପ୍ରବଳ ବର୍ଷା ଯୋଗୁଁ ଅଚାନକ ନାଗାବଳୀ ନଦୀରେ ବନ୍ୟା ସୃଷ୍ଟି ହୋଇ କଲ୍ୟାଣସିଂପୁର, କୋଲନରା, ରାୟଗଡା ବ୍ଲକର ଶତାଧିକ ଗ୍ରାମ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଅନୁରୂପ ଗୁଣୁପୁର ସହର ତଳି ଅଞ୍ଚଳରେ ବଂଶଧରା ନଦୀର ବନ୍ୟାଜଳ ପ୍ରଭାବିତ ହେବା ଫଳରେ ସହରବାସୀ ବନ୍ୟା ବିଭିଷିକା ଭୋଗିଥିବା ଦେଖିବାକୁ ମିଳିଥିଲା। ତେବେ ଚଳିତଥର ଏହି ଲଗାଣ ବର୍ଷାରେ ନଦୀ ବିପଦ ସଂଙ୍କେତ ପାର କରିନାହିଁ। ବଂଶଧରା ନଦୀ ବିପଦ ଶଙ୍କେତ ୮୪ ମିଟର ରହିଥିବାବେଳେ ଏବେ ୮୧.୫୦ ମିଟରରେ ବହୁଛି । ଅନୁରୂପ ନାଗାବଳୀ ନଦୀର ଜଳସ୍ତର ବହୁତଳେ ପ୍ରଭାବିତ ହେଉଥିବା ଜିଲ୍ଲା ଜୁରୁୀକାଳିନ ବିଭାଗ ପକ୍ଷରୁ କୁହାଯାଇଛି।