ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରବି ରଞ୍ଜନ ଶପଥ ନେଲେ

ନୂଆଦିଲ୍ଲୀ,ଏଜେନ୍ସି: ଡ. ଜଷ୍ଟିସ ରବି ରଞ୍ଜନ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ବେଳେ ଆଜି ତାଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି।


ଜଷ୍ଟିସ ପ୍ରଶାନ୍ତ କୁମାରଙ୍କୁ ପୂର୍ବରୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିବା ବେଳେ ଗତ ୩୦ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନା କାର୍ଯ୍ୟ କରୁଥିଲା। ପରେ କେନ୍ଦ୍ର ସରକାର ଜଷ୍ଟିସ ରବି ରଞ୍ଜନଙ୍କୁ ଝାରଖଣ୍ଡର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି।