ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ରେଭେନ୍ସାରେ ଏହାର ସଂଖ୍ୟା ସର୍ବାଧିକ। ରେଭେନ୍ସାରେ ୧୮୮ ପଦ ଖାଲି ରହିଥିବାବେଳେ ଉତ୍କଳରେ ୧୨୬, ରାଜେନ୍ଦ୍ରରେ ୧୨୬, କଳାହାଣ୍ଡିରେ ୧୧୨, ରମାଦେବୀରେ ୧୦୧, ବ୍ରହ୍ମପୁରରେ ୮୦ ଓ ଏମପିସିରେ ୭୬ ଶିକ୍ଷକ ନାହାନ୍ତି। ଶିକ୍ଷକ ପଦ ପୂରଣ ପାଇଁ ଓପିଏସସି ଦ୍ୱାରା ଚୟନ ଚାଲିଥିବା ବିଧାନସଭାରେ ମନ୍ତ୍ରୀ କହିଛନ୍ତି।