ଆଜି ଅଧର୍ମ ଉପରେ ହେବ ଧର୍ମର ଜୟ, ଭକ୍ତ ଦେଖିବେ ରାବଣ ପୋଡିକୁ ମହିଷାସୁର ବଧ

ଆଜି ପବିତ୍ର ବିଜୟା ଦଶମୀ । ଧରାପୃଷ୍ଠରେ ମା ଆଜି ଅଧର୍ମକୁ ବିନାଶ କରି ଧର୍ମ ଉପରେ ଜୟ କରିବେ । ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ରାଜ୍ୟ ଭକ୍ତି ଓ ଭାବମୟ ପରିବେଶ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମା ଙ୍କ ଦଶମୀ ପୂଜାର୍ଚନା ଚାଲୁଛି । ବିଶେଷକରି କଟକ ଓ ଭୁବନେଶ୍ବର ରେ ପୂଜା ମହୋଲ ବେଶ ସରଗରମ ହୋଇଛି । ଆଜିର ଦିନରେ ମା ମହିଷାସୁର ବଧ କରି ସମଗ୍ର ସୃଷ୍ଟିକୁ ରକ୍ଷା କରିଥିଲେ ବୋଲି ଦେବୀ ପୁରାଣରେ ବର୍ଣ୍ଣିତ ରହିଛି । ସେହିପରି ଆଜିର ଦିନରେ ପ୍ରଭୂ ଶ୍ରୀରାମ ଲଙ୍କପତି ରାବଣକୁ ବଧ କରିଥିଲେ ।

ତେବେ ଆଜି ଅନେକ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ । ସହରର ବିଭିନ୍ନ ସ୍ଥାନରେ ଆଜି ରାବଣ ପୋଡି ହେବ। ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି ।