କାଲି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ଏହି ଶୁଣାଣି ହେବ।
ସୂଚନାଯୋଗ୍ୟ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ପିଟିସନ ଦାୟର ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ଭକ୍ତଶୂନ୍ୟ ରଥଯାତ୍ରା ଲାଗି କୋର୍ଟରେ ଆବେଦନ କରିବାକୁ ସେ ରାଜ୍ୟ ସରକରଙ୍କୁ ଅନୁରୋଧ କରିଛନ୍ତି। କୋଟି କୋଟି ଭକ୍ତ ରଥଯାତ୍ରା ପାଇଁ ଚାହିଁ ବସିଥିବାବେଳେ ବିଧାୟକ ଭାବେ ମୁଁ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ସେ କହିଛନ୍ତି।