ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ : ନୟାଗଡ଼ ଅଭିମୁଖେ ଯାତ୍ରା କଲେ ଚାରି ଜଣିଆ ଟିମ୍

ପୁରୀ,ଏନ୍ଏନ୍ଏସ୍: ଆସନ୍ତା ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ନିମନ୍ତେ ମହାପ୍ରଭୁଙ୍କ ମାଳ ଓ ମାହାର୍ଦ୍ଦ ନେଇ ନୟାଗଡ଼ ଅଭିମୁଖେ ଯାତ୍ରା କରିଛି ଏକ ଚାରି ଜଣିଆ ଟିମ୍ । ପରମ୍ପରା ମୁତାବକ, ପ୍ରଥମେ ଗଣିଆ ବଦମୂଳର ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ । ମା’ଙ୍କ ନିକଟରେ ମାଳମାହାର୍ଦ୍ଦ ଲାଗି ସହ ରଥ କାଠ ଚିହ୍ନଟ ପରେ ଏହାକୁ କଟାଯାଇ ପୁରୀ ଅଣାଯିବ ।

ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୬୭୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତବର୍ଷ ଠାରୁ ୧୯୩ ଖଣ୍ଡ କାଠ ବଳକା ରହିଥିବା ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।