୨୦୨୫କୁ ବଢ଼ିଲା ରାଷ୍ଟ୍ରୀୟ ଗ୍ରାମ୍ୟ ସୁରକ୍ଷା ଯୋଜନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନକୁ ୨୦୨୫ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଏଥିସହିତ ପଞ୍ଚାୟତିରାଜକୁ ନେଇ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଗାମୀ ୪ ବର୍ଷରେ ୧କୋଟି ୬୫ ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଏହି ଯୋଜନାରେ କେନ୍ଦ୍ର ସରକାର ୩,୭୦୦ କୋଟି ଟଙ୍କା ଓ ରାଜ୍ୟ ସରକାର ୨,୨୧୧ କୋଟି ଟଙ୍କା ବିନିଯୋଗ କରିବେ । ଫଳରେ ୪ ବର୍ଷରେ ମୋଟ ୫,୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ଅନେକ ସୁଧାର ମଧ୍ୟ କରାଯିବ ।