ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଏକତା ଅଭିଯାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଜନତାଙ୍କୁ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଉଛନ୍ତି ବିଜେପି ନେତା ଓ ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ସମ୍ପର୍କରେ ଜନତାଙ୍କୁ ଅବଗତ କରାଇବା ପାଇଁ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଏକତା ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଓଡ଼ିଶାବିଜେପି ପକ୍ଷରୁ ଭୁବନେଶ୍ୱରରେ ମଧ୍ୟ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାମିଲ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସାମିଲ ହୋଇଛନ୍ତି ।