ସାମାଜିକ ସଂଗଠନ ଫ୍ରାଟେରନିଡାଡ଼ ପକ୍ଷରୁ ଅସହାୟଙ୍କୁ ରାସନ ସାମଗ୍ରୀ ବଣ୍ଟନ

ନବରଙ୍ଗପୁର,ଏନ୍ଏନ୍ଏସ୍: କରୋନା ଭାଇରସ ଯୋଗୁଁ ସରକାର ଲକଡାଉନ ନିତି ଆପଣାଇଥିବା ବେଳେ ଏହାଦ୍ୱାରା ଶ୍ରମିକ, ଅସହାୟମାନେ କାମ ହରାଇ ବେରୋଜଗାର ହୋଇପଡ଼ିଛନ୍ତି। ଫଳରେ ଅନେକ ପରିବାର ଭୋକ ଉପାସରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ, ବ୍ୟକ୍ତି ବିଶେଷ, ସାମାଜିକ ସଂଗଠନ ଶ୍ରମିକ, ଅସହାୟ ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାର ଏକ ସାମାଜିକ ସଂଗଠନ ଫ୍ରାଟେରନିଡାଡ଼ (FRATERNIDAD) ଲୋକମାନଙ୍କୁ ଲକଡାଉନ ସମୟରେ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଜିଲ୍ଲାର ବଡକୁମୁଲି ଗ୍ରାମରେ ୬୦ଟି ପରିବାରକୁ ୨୫ କେଜି ଲେଖାଏଁ ଚାଉଳ ବସ୍ତା ପ୍ରଦାନ କରିଛନ୍ତି। ସେହିପରି ଲକଡାଉନ ସମୟରେ ବିଧବା ଓ ଗରିବ ଅସହାୟ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି।