ନୂଆଦିଲ୍ଲୀ: ଦୀର୍ଘଦିନର ଅପେକ୍ଷା ପରେ ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଆଜିଠୁ ରାପିଡ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ ଏହି ରାପିଡ ଟେଷ୍ଟ ହଟସ୍ପଟ ଅଞ୍ଚଳରେ କରାଯିବ। ଦିଲ୍ଲୀ ସରକାର ୭ ଦିନରେ ୪୨ ହଜାର ଟେଷ୍ଟ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଖୁବଶୀଘ୍ର ଜଣାପଡ଼ିଯିବ ଏବଂ ସେମାନଙ୍କୁ ଅଲଗା ରଖି ଚିକିତ୍ସା ଆରମ୍ଭ କରାଯିବ।