ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ୩ଟି ରାପିଡ୍ ରେସପନ୍ସ ଟିମ ରାଜ୍ୟ ସରକାର ଗଠନ କରିଛନ୍ତି। ଏହି ୩ଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ଗସ୍ତ କରିବେ । ଏସ୍ସିବି ମେଡିକାଲର ଟେକ୍ନିକାଲ୍ ଟିମ୍ ଯାଜପୁର, ଫକୀରମୋହନ ମେଡିକାଲ କଲେଜ ଟିମ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର, ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର କଣ୍ଟେନମେଣ୍ଟ ଜୋନ ତଦାରଖ କରିବେ । ମେଡିକାଲ କଲେଜ ବିଶେଷଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତଦାରଖ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।