ସନ୍ତାନ ପ୍ରାପ୍ତୀର ଲୋଭ ଦେଖାଇ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳ ରାଧାନାଥପୁର ଗାଁରେ ଜଣେ ଭଣ୍ଡବାବା ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତୀର ଲୋଭ ଦେଖାଇ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ସେହି ଭଣ୍ଡ ବାବାଙ୍କୁ ମାଡ଼ମାରି ପୁଲିସରେ ଜିମା ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବିବାହର ୫ବର୍ଷ ପରେ ମଧ୍ୟ ମହିଳାଜଣଙ୍କର ସନ୍ତାନ ହେଉନଥିଲା। ଏ ନେଇ ବାବା ଗୈରହରିତ କଳା ନାମକ ଜଣେ ବାବା ଉକ୍ତ ମହିଳାଙ୍କୁ ପୂଜା ପାଠ କଲେ ସନ୍ତାନ ପ୍ରାପ୍ତ ହେବ ବୋଲି ପ୍ରଲୋଭନ ଦେଖାଇଥିଲେ। ପରେ ମହିଳା ଜଣଙ୍କ ତାଙ୍କ କଥାରେ ବିଶ୍ୱାସ କରିବା ପରେ ସେ ପୂଜାପାଠର ଆୟାଜନ ହୋଇଥିଲା। ଘରେ ପୂଜାପାଠ କରିସାରିବା ପରେ ବାବା ଜଣଙ୍କ ମହିଳାଙ୍କ ସ୍ମଶାନକୁ ନେଇ ସେଠାରେ ପୂଜା କରିଥିଲେ। ମଶାଣିକୁ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ସାଙ୍ଗରେ ଯାଇଥିଲେ।

ସେମାନଙ୍କୁ ଦୂରରେ ରହିବାକୁ କହି ବାବା ଜଣଙ୍କ ତାଙ୍କ ସହ ଅସଦାଚରଣ କରିଥିବା ମହିଳା ଜଣଙ୍କ ଚୁଡ଼ାମଣି ଥାନାରେ ଅଭିଯୋଗ କରିଛନ୍ତି। ତେବେ ସେଠାରେ ମହିଳା ଜଣଙ୍କ ଚିତ୍କାର କରିବା ପରେ ତାଙ୍କ ସ୍ୱାମୀ ସେଠାକୁ ଯାଇଥିଲେ। ଏ ସମ୍ପର୍କରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ସବୁକଥା କହିବା ପରେ ଗାଁ ଲୋକେ ବାବାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସରେ ଜିମା ଦେଇଥିଲେ। ଗ୍ରାମବାସୀଙ୍କ ଆକ୍ରମଣରେ ଭଣ୍ଡବାବା ଗୁରୁତର ହୋଇଥିବାରୁ ତାକୁ ପ୍ରଥମେ ହସ୍ପିଟାଲରେ ଚିକିତ୍ସା କରାଯାଇ ଥାନାକୁ ନିଆଯାଇଥିବା ଜଣାଯାଇଛି।