ନାବାଳିକା ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଫେରାର ଥିବା ଅଭିଯୁକ୍ତ ନଣ୍ଡା ଦାସକୁ ଗିରଫ କରିଛି। ସୂଚନା ଅନୁସାରେ, ଗତ ୧୦ତାରିଖରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ନଣ୍ଡା ଅନ୍ୟ ଏକ ଗାଁ’କୁ ଏକ ଭୋଜିରେ ଯୋଗଦେବାକୁ ଯାଇଥିଲା। ଏକୋଇଶା ପୂଜା ପାଇଁ ନାବାଳିକାଙ୍କ ପରିବାର ଲୋକେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ନଣ୍ଡା ନାବାଳିକା ଜଣଙ୍କୁ ବଳାତ୍କାର କରିଥିଲା। ନାବାଳିକା ଜଣକ ଏ ନେଇ ଘରେ ଜଣାଇ ନ ଥିଲେ। ପରେ ଦେହ ଅସୁସ୍ଥ ହେବାରୁ ଘରେ ଏ ବିଷୟରେ କହିଥିଲେ। ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅନ୍ୟପଟେ ଅଭିଯୁକ୍ତ ନଣ୍ଡା ଘଟଣା ପରଦିନ ଠାରୁ ଫେରାର ଥିଲା। ଏ ନେଇ ପୁଲିସ ତାକୁ ଗିରଫ କରିଛି।