ବନ୍ଧୁକ ଦେଖାଇ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶ କାନପୁର ଅନ୍ତର୍ଗତ ଦେହଟ ଜିଲ୍ଲାରେ ବନ୍ଧୁକ ଦେଖାଇ ଦୁଇଜଣ ବ୍ୟକ୍ତି ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାଟି ଏକ ସପ୍ତାହ ପୂର୍ବରୁ ଘଟିଥିଲେ ମଧ୍ୟ ପୀଡ଼ିତାଙ୍କ ପିତା-ମାତା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ସୂଚନା ଅନୁଯାୟୀ, ୨୨ବର୍ଷୀୟା ଯୁବତୀଙ୍କୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ସହ କଥା ପ୍ରଘଟ କରିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ମଧ୍ୟ ଦେଇଥିଲେ। ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ହେଉଛି ବୋଲି କାନପୁର ଆରକ୍ଷୀ ଅଧୀକ୍ଷକ କେଶବ କୁମାର ଚୌଧୁରୀ କହିଛନ୍ତି।