ବନ୍ଧକରଖି ଯୁବତୀଙ୍କୁ ୮ଦିନ ଗଣଦୁଷ୍କର୍ମ

ଚୁରୁ,ଏଜେନ୍ସି: ଉତ୍ତରପ୍ରଦେଶର ହାଥରସର ମାମଲା ସାନ୍ତ ପଡିନଥିବାବେଳେ ରାଜସ୍ଥାନରେ ପୁଣି ଏକ ଲଜ୍ଜ୍ୱାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ୬ ଦନ ବନ୍ଧକ ରଖି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରାଜସ୍ଥାନର ଚୁରୁ ଜିଲ୍ଲାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ପୀଡିତାଙ୍କୁ ଅପହରଣ କରି ଆଠ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ନେଇ କୁକର୍ମ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି।