୯ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବରଗଡ଼ : ରାଜ୍ୟରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଚଂଳରେ । ଏନେଇ ମଙ୍ଗଳବାର ପୁଲିସ ଜଣେ ୧୪ବର୍ଷ ନାବାଳକୁ ଥାନାକୁ ନେଇ ପଚରାଉଚରା କରୁଛି । ପୀଡ଼ିତାକୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ହସପିଟାଲୁ ନିଆଯାଇଥିଲା ମଧ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ନାବାଳିକା ଓ ନାବାଳି ଉଭୟ ସୋମବାର ସଂନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ନାବାଳକ ମନରେ ଖରାପ ଚିନ୍ତା ଆସିଥିଲା । ଏହା ପରେ ନାବାଳିକାକୁ ନିକଟରେ ଥିବା ବୁଦାଳିଆ ଜଙ୍ଗଳକୁ ଡାକି ନେଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା । ଏହାପରେ ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ହେଲେ ନାବାଳିକା ସେଠାରୁ କାନ୍ଦି କାନ୍ଦି ଆସି ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲା ।

ଯନ୍ତ୍ରଣା ଅନୁଭବ କରିବାରୁ ପୀଡ଼ିତାକୁ ସୋମବାର ରାତିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ବୁର୍ଲା ହସପିଟାଲକୁ ସ୍ଥ।।ନାନ୍ତର କରାଯାଇଛି ବୋଲି ସୂଚନା ମଳିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ନାବାଳକୁ ଥାନାକୁ ଡ଼ାକି ପଚରା ଉଚରା କରଉଛି ବୋଳି ପାଇମାଳ ଥାନା ଆଇଆଇସି ବିଶ୍ୱଜିତ ମାନବୋଧ ସୂଚନା ଦେଇଛନ୍ତି ।