ନାବାଳିକା ଭଉଣୀକୁ ଦୁଷ୍କର୍ମ ଘଟଣା: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ କରସ୍ତାଗୁଡ଼ା ଗ୍ରାମର ଜଣେ ଯୁବକ ତାର ଭଉଣୀକୁ ଦୁଷ୍କର୍ମ କରି ଗର୍ଭବତୀ ଘଟଣାରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ଜର୍ଜ ଗତକାଲି ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୪୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ସଂପୃକ୍ତ ଗ୍ରାମର ସୁକୁମାର ଗୌଡ଼ ତାର ଭଉଣୀକୁ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ। କିନ୍ତୁ ଲୋକ ଲଜ୍ଜା ଯୋଗୁଁ କାହାକୁ କହିପାରୁନଥିଲେ।

ସେ ପରେ ୭ ମାସର ଗର୍ଭବତୀ ହେବା ପରେ ତାଙ୍କର ଜଣେ ସାଙ୍ଗକୁ ଏ ବିଷୟରେ କହିଥିଲେ। ସାଙ୍ଗ ପୀଡ଼ିତାଙ୍କ ପିତାକୁ ଏ ବିଷୟରେ ଜଣାଇବା ପରେ ଏ ନେଇ ପୀଡ଼ିତା ଗତବର୍ଷ ମେ ମାସରେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମହଲତ ସା ଏହି ରାୟ ଶୁଣାଇଛନ୍ତି। ଏହାକୁ ସରକାରୀ ଓକିଲ ଲମ୍ବୋଧର ତୁରୁକ ପରିଚାଳନା କରିଥିଲେ।