ନାବାଳିକା ଦୁଷ୍ମର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ,ଏନ୍ଏନ୍ଏସ୍ : ସୋମବାର ଦିନ ଜନୈକା ନାବାଳିକା ଦୁଷ୍ମର୍ମ କାରୀକୁ ମାନ୍ୟବର ପୋକ୍ସୋ ଜଜ୍ ପ୍ରଭାକର ଗଣ୍ଠିଆ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୦/୩/୨୦୧୩ରେ ରେଙ୍ଗାଳୀ ଥାନା ଅନ୍ତର୍ଗତ ବାଲିପଶି ଗ୍ରାମର ଭୀମସେନ ସାମଲଙ୍କ ପୁଅ ପ୍ରଶାନ୍ତ ସାମଲ (୨୫) ଜନୈକା ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ଦୁଷ୍ମର୍ମ କରିଥିଲା। ପର ମୂହୂର୍ତରେ ସମ୍ପୃକ୍ତା ନାବାଳିକାକୁ ବିବାହ କରିବାକୁ ରାଜି ନହେବାରୁ ସମ୍ପୃକ୍ତା ନାବାଳିକାଙ୍କ ପକ୍ଷରୁ ରେଙ୍ଗାଳୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଅଭିଯୋଗକୁ ଭିତି କରି ଏକ କେସ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ସୋମବାର ମାନ୍ୟବର ପୋକ୍ସୋ ଜଜ୍ ଶ୍ରୀ ଗଣ୍ଠିଆ ୧୫ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଏହି କେସର ଶୁଣାଣି କରି ଅଭିଯୁକ୍ତ ପ୍ରଶାନ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ କରିଛନ୍ତି। ଜୋରିମନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ କେସ ପରିଚାଳନା କରିଥିଲେ।